କନକ ବ୍ୟୁରୋ : ବାଲେଶ୍ବର ସମଲପୁରରେ ଅଖା ଭିତରେ ମୃତଦେହ । ମୃତ ନାବାଳିକାର ବୟସ ୧୧ବର୍ଷ ହୋଇଥିବାବେଳେ ସନ୍ଦେହ ଘେରରେ ନାବାଳିକାର ମୃତ୍ୟୁ । ତଦନ୍ତ ପାଇଁ ୫ଜଣକୁ ନେଇଯାଇଛି ପୁଲିସ। ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସମଲପୁର ଛକରେ ଦୁଇମାସ ହେବ ଏକ ପଲିଥିନ ଛପର ଘର କରି ୬ଜଣ ସଦସ୍ୟ ରହୁଥିଲେ । ଆଜି ଏକ ଟ୍ରଲୀରେ ଜିନିଷପତ୍ର ନେଇ ସପରିବାର ପଳେଇ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ପଚାରିବାରୁ ଝିଅ ପଡ଼ିକି ମରିଯାଇଥିବା କହିବା ପରେ ପୁଲିସକୁ ଖବର ଦେଇଥିଲେ । ଏକ ଅଖା ଭିତର ମୃତଦେହ ରଖା ଯାଇଥିବା ବେଳେ ଘର ଭିତରେ ଏକ ଗାତ ଖୋଳାଯାଇଛି । ଝିଅଟିର ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ୫ଜଣକୁ ପଚରାଉଚୁରା ପାଇଁ ପୁଲିସ ନେଇଯାଇଛି ।
ଅଖା ଭିତରୁ ବାହାରିଲା ନାବାଳିକାର ମୃତଦେହ ; ପରିବାର ସଦସ୍ୟଙ୍କୁ ପୁଲିସର ପଚରାଉଚରା
ଦୁଇମାସ ହେବ ଏକ ପଲିଥିନ ଛପର ଘର କରି ୬ଜଣ ସଦସ୍ୟ ରହୁଥିଲେ । ଆଜି ଏକ ଟ୍ରଲୀରେ ଜିନିଷପତ୍ର ନେଇ ସପରିବାର ପଳେଇ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ।
/kanak/media/media_files/2025/09/25/27-2025-09-25-17-01-39.jpg)