କନକ ବ୍ୟୁରୋ: ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ୍ ହୋଇଛି । ବିଜେପିର ୭ ଜଣ ସାଂସଦ ଦିଲ୍ଲୀ ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ ନେଇ ଜଗତସିଂହପୁର ସାଂସଦ ସୂଚନା ଦେଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଶରୀରର ୭୫ ଭାଗ ଜଳିବାଯାଇଥିବା ବେଳେ ସ୍ବତନ୍ତ୍ର ଡାକ୍ତରୀ ଦଳ ନାବାଳିକାଙ୍କ ଚିକିତ୍ସା କରୁଛନ୍ତି । ହେଲେ ପୀଡ଼ିତାଙ୍କୁ ଜାଳିଥିବା ନୃଶଂସଙ୍କ ପତ୍ତା ପାଉନି ପୁଲିସ ।
ଖୋଦ୍ ପୁଲିସ ଡିଜି, ଆଇଜି, ପୁରୀ ଏସ୍ପିଙ୍କ ପରେ କ୍ରାଇମସିନ୍କୁ ଯାଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ହେଲେ ଦୁର୍ଭାଗ୍ୟ ଓ ବିଡ଼ମ୍ବନାର ବିଷୟ, ଏଯାବତ ନା ଅଭିଯୁକ୍ତ ମିଳୁଛନ୍ତି ନା ପୂରା ଘଟଣାକ୍ରମ ସାମ୍ନାକୁ ଆସିପାରୁଛି। କ୍ରାଇମବ୍ରାଞ୍ଚ ଟିମ୍ ସତ ଜାଣିବାକୁ ନାବାଳିକାଙ୍କ ସାଙ୍ଗ ଓ ଗାଁ ଲୋକଙ୍କୁ ପଚରାଉଚରା କରୁଛି । ଅନ୍ୟପଟେ ବିଜେଡିର ଏକ ଟିମ୍ ଏମ୍ସରେ ପୀଡ଼ିତାଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେପଟେ ଆଜି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଏକ ଟିମ ପିଡୀତାଙ୍କ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିବ ।