କନକବ୍ୟୁରୋ : ପୁଣି ବରଗଡ଼ର ଜଣେ ନାବାଳିକାଙ୍କ ହତ୍ୟା । ଘରୁ ମୋବାଇଲ ଟଙ୍କା ନେଇ ଫେରାର ହୋଇଯାଇଥିବା ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାବାଳିକା ଫେରାର ହୋଇଯିବା ନେଇ ଟାଉନ ଥାନାରେ ଗତ ୨୦ ତାରିଖରେ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଗତକାଲି ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

Advertisment

ନାବାଳିକା ଜଣକୁ କଟୁରୀରେ ହାଣି ହତ୍ୟା କରାଯାଇଛି । ବରଗଡ଼ ନଦୀପଠାରୁ ଯାଇଥିବା ନାବାଳିକାଙ୍କ ମୃତଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ତେବେ ଝିଅ କାହା ସାଙ୍ଗରେ ଯାଇଥିଲା? ଜଙ୍ଗଲକୁ କେମିତି ଗଲା ଓ ଝିଅକୁ କିଏ କ’ଣ ପାଇଁ ହତ୍ୟା କଲା ? ଯାହାକୁ ନେଇ ଉଠିଛି ପ୍ରଶ୍ନ  । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । କିଛି ଯୁବକକୁ ପୋଲିସ ଉଠାଇ ଆଣି ଥାନାରେ ପଚାରଉଚରା ଜାରି ରଖିଛି । ଅନ୍ୟ ପଟେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ନେଇ ପୋଲିସ ପକ୍ଷରୁ ଅଧିକ ଛାନଭିନ୍ ଜାରି ରହିଛି  ।