କନକ ବ୍ୟୁରୋ : ଦିଲ୍ଲୀରେ ଟ୍ରାଫିକ ସିଗନାଲ ନିକଟରେ ବୁଲି ବୁଲି ଗୋଲାପ ଫୁଲ ବିକ୍ରି କରୁଥିବା ଜଣେ ୧୧ ବର୍ଷର ଝିଅ ସହିତ ଦୁଷ୍କର୍ମ ପରି ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। କାରୋଲ ବାଗର ପ୍ରସାଦ ନଗରଠାରେ ଜାନୁଆରି ୧୧ ତାରିଖ ଅପରାହ୍ଣ ୩ଟା ୩୦ ସମୟରେ ଏହି ଘଟଣା ଘଟିଥିଲା। ନାବାଳିକା ଟ୍ରାଫିକ ସିଗନାଲ ନିକଟରେ ଫୁଲ ବିକ୍ରି କରିବାକୁ ଅପେକ୍ଷା କରିଥିଲେ । ୪୦ ବର୍ଷୀୟ ଇ-ରିକ୍ସା ଚାଳକ ଦୁର୍ଗେଶ ଟ୍ରାଫିକ ସିଗନାଲ ନିକଟରେ ଶିଶୁଟିକୁ ଫୁଲ ବିକ୍ରି କରିଦେବା ଆଳ ଦେଖାଇ ଅଟୋ ରିକ୍ସାରେ ନେଇଯାଇଥିଲା। ନିକଟସ୍ଥ ଏକ ଜଙ୍ଗଲକୁ ଶିଶୁଟିକୁ ନେଇ ଦୁଷ୍କର୍ମ କରିଥିଲା। କିନ୍ତୁ ଶିଶୁଟି ଅଚେତ ହୋଇଯିବାରୁ ସେ ମରିଯାଇଥିବା ଅନୁମାନ କରି ଅଭିଯୁକ୍ତ ଡ୍ରାଇଭର ଯେଉଁ ଟ୍ରାଫିକ ପୋଷ୍ଟ ନିକଟରୁ ତାକୁ ନେଇଥିଲା ସେଠାରେ ଅଚେତ ଅବସ୍ଥାରେ ଛାଡ଼ି ପଳାଇଥିଲା। ଚେତା ଆସିବାରୁ ଶିଶୁଟି ବହୁ କଷ୍ଟରେ ଘରେ ପହଞ୍ଚିଥିଲା। ପରିବାର ଲୋକ ଦୁଷ୍କର୍ମ ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ପୋକ୍‌ସୋ ଆଇନରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି।

Advertisment