ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ; ମୁହଁ ନ ଖୋଲିବା ପାଇଁ ଦେଇଥିଲେ ହତ୍ୟା ଧମକ

ଦୁଷ୍କର୍ମ ପରେ, ବ୍ଲାକମେଲିଂ ସହ ମୁଁହ ଖୋଲିଲେ ହତ୍ୟା କରିବାକୁ ଦେଇଥିଲେ ଧମକ । କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଅଭିଯୁକ୍ତର ୩ ସହଯୋଗୀ ଦେଉଥିଲେ ମାନସିକ ନିର୍ଯ୍ୟାତନା ।

28

କନକ ବ୍ୟୁରୋ : ରାଜଧାନୀରେ ନାବାଳିକାଙ୍କୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ, ବ୍ଲାକମେଲିଂ ସହ ମୁଁହ ଖୋଲିଲେ ହତ୍ୟା କରିବାକୁ ଦେଇଥିଲେ ଧମକ । କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଅଭିଯୁକ୍ତର ୪ ସହଯୋଗୀ ଦେଉଥିଲେ ମାନସିକ ନିର୍ଯ୍ୟାତନା । ଏଭଳି ସଙ୍ଗିନୀ ଅଭିଯୋଗ ଆସିଛି କମିସନରେଟ୍ ପୁଲିସକୁ । 

ନାବାଳିକା ଜଣକ ଡିସିପିଙ୍କ ନିକଟରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଗତ ୮ ଜାନୁୟାରୀ ୨୦୨୪ ରେ ନାବାଳିକା ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ, ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ଅଭିଯୁକ୍ତ । ଗାଡ଼ି ଭିତରେ ଥିବା ତାର ସହଯୋଗୀ ଏହି ଅପହରଣରେ ସହଯୋଗ କରିଥିଲେ । କାରରେ ପୁରୀ ପାଇପାସ ରୋଡ଼କୁ ନେଇ ନିଶା ଦେଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା । ପରେ ଦୁଷ୍କର୍ମ କଥା ପ୍ରଘଟ କଲେ ଫଟୋ, ଭିଡିଓ ଭାଇରାଲ ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣଙ୍କ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe