କନକ ବ୍ୟୁରୋ : ରାଜଧାନୀରେ ନାବାଳିକାଙ୍କୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ, ବ୍ଲାକମେଲିଂ ସହ ମୁଁହ ଖୋଲିଲେ ହତ୍ୟା କରିବାକୁ ଦେଇଥିଲେ ଧମକ । କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଅଭିଯୁକ୍ତର ୪ ସହଯୋଗୀ ଦେଉଥିଲେ ମାନସିକ ନିର୍ଯ୍ୟାତନା । ଏଭଳି ସଙ୍ଗିନୀ ଅଭିଯୋଗ ଆସିଛି କମିସନରେଟ୍ ପୁଲିସକୁ ।
ନାବାଳିକା ଜଣକ ଡିସିପିଙ୍କ ନିକଟରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଗତ ୮ ଜାନୁୟାରୀ ୨୦୨୪ ରେ ନାବାଳିକା ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ, ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ଅଭିଯୁକ୍ତ । ଗାଡ଼ି ଭିତରେ ଥିବା ତାର ସହଯୋଗୀ ଏହି ଅପହରଣରେ ସହଯୋଗ କରିଥିଲେ । କାରରେ ପୁରୀ ପାଇପାସ ରୋଡ଼କୁ ନେଇ ନିଶା ଦେଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା । ପରେ ଦୁଷ୍କର୍ମ କଥା ପ୍ରଘଟ କଲେ ଫଟୋ, ଭିଡିଓ ଭାଇରାଲ ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣଙ୍କ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/30/28-2025-09-30-12-02-45.jpg)