କନକ ବ୍ୟୁରୋ; ରାଉରକେଲାରେ ପୁଣି ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ କରି ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ଗତକାଲି ରାତିରେ ରାଉରକେଲା ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଜଣେ ୨୫ ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିଲା । ଏହା ପରେ ପୋଲିସ ଭୟରେ ତିନି ମହଲା ଛାତରୁ ଡେଇଁ ପଡିଛି ଅଭିଯୁକ୍ତ । ତେବେ ତଳେ ଏକ ଚାରି ଚକିଆ ଗାଡ଼ି ଥିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛି ଅଭିଯୁକ୍ତ ଜଣକ ।
ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ଲାଣ୍ଟସାଇଡ଼ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୁସ୍ଥ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୋଲିସ l ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/05/XtaeiQp3fMcifgVYv56L.jpg)