ପିପିଲିରେ ନାବାଳିକା ଝିଅକୁ ପେଟ୍ରୋଲ ଢ଼ାଳି ଜାଳିଦେଲେ,  ଗୁରୁତର ଅବସ୍ଥାରେ ପୀଡ଼ିତା ଭୁବନେଶ୍ବର ସ୍ଥାନାନ୍ତର

କାହିଁକି ଲଗାଇଲେ ନିଆଁ ଅସ୍ପଷ୍ଟ । ଉଠିଲା ପ୍ରଶ୍ନ, କେବେ ସରିବ ଝିଅ ମହିଳାଙ୍କ ପ୍ରତି ଅତ୍ୟାଚାର ।

ଛାତ୍ରୀଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ଛାତ୍ରୀଙ୍କୁ ଜାଳିଦେଲେ ଦୁର୍ବୃତ୍ତ Photograph: (KanakNews)

କନକ ବ୍ୟୁରୋ: ପୁଣି ଆସିଲା ମହିଳା ନିର୍ଯାତନାର ଆଉ ଏକ ଛାତିଥରା ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ । ସାଇକେଲ ରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାକୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି ।

ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଭୁବନେଶ୍ବର ମଜସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବଳଙ୍ଗା ପୋଲିସ ର ଛାନ ଭିନ୍‌। ବାଲେଶ୍ବର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ନିମାପଡ଼ାର ଏ ଘଟଣା ସଭ୍ୟ ସମାଜ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe