ଚଳନ୍ତା ଅଟୋରେ ନାବାଳିକାଙ୍କୁ ଅସଦାଚରଣ : ଏତଲା ପରେ ନାବାଳିକାଙ୍କ ମେଡିକାଲ୍ ଯାଞ୍ଚ କଲା ପୁଲିସ

ଥାନାରେ ଏତଲା ପରେ ନାବାଳିକାଙ୍କ ମେଡିକାଲ୍ ଯାଞ୍ଚ କଲା ପୁଲିସ । ନାବାଳିକାର ବୟାନ ରେକର୍ଡ କରାଯିବା ଲାଗି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ପୁଲିସ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଚଳାଇଛି ।

auto

auto Photograph: (KanakNews)

କନକ ବ୍ୟୁରୋ : କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ନାବାଳିକାକୁ ଚଳନ୍ତା ଅଟୋରେ ଅସଦାଚରଣ ଅଭିଯୋଗ । ଥାନାରେ ଏତଲା ପରେ ନାବାଳିକାଙ୍କ ମେଡିକାଲ୍ ଯାଞ୍ଚ କଲା ପୁଲିସ । ନାବାଳିକାର ବୟାନ ରେକର୍ଡ କରାଯିବା ଲାଗି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ପୁଲିସ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଚଳାଇଛି । ଗତ ୮ ତାରିଖରେ ଜଗତପୁରରୁ ଅଟୋ ଭଡ଼ା କରି ସାଙ୍ଗ ସହ ଡ୍ରେସ କିଣିବାକୁ ଆସିଥିଲେ ପୀଡ଼ିତା । ଏହି ସମୟରେ ନାବାଳିକା ମୁଣ୍ଡ ବୁଲାଇବାରୁ ସେ ପାଣି ମାଗିଥିଲେ । ସାଥିରେ ଥିବା ସାଙ୍ଗ ରାସ୍ତା କଡ଼କୁ ଯାଇ ପାଣି ଆଣିବା ଭିତରେ, ଅଟୋ ଚାଳକ ନାବାଳିକା ସହ ଅସଦାଚରଣ କରିଥିଲେ । ଏନେଇ ପୀଡ଼ିତା ଆଉ ତାଙ୍କ ସାଙ୍ଗ ପ୍ରତିବାଦ କରିବାରୁ ଅଟୋ ଚାଳକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏପରିକି ପେଟ୍ରୋଲ ଢ଼ାଳି ଜାଳିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଏନେଇ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe