କନକ ବ୍ୟୁରୋ: ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ଭୁବନେଶ୍ବର । ରାଜଧାନୀର ଛାତି ଉପରୁ ନିଖୋଜ ହୋଇଯାଇଛନ୍ତି ନାବାଳିକା । ମଞ୍ଚେଶ୍ବର ଅଞ୍ଚଳରୁ ଜଣେ ୧୧ ବର୍ଷିୟା ନାବାଳିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ମାଛ କିଣିବାକୁ ଯାଇଥିବା ବେଳେ ନାବାଳିକା ଜଣକ ନିଖୋଜ ହୋଇଯାଇଛନ୍ତି । ପରିବାର ଲୋକଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ଦାୟର କରାଯାଇଥିବା ବେଳେ ନାବାଳିକାଙ୍କୁ ଖୋଜୁଛି ପୁଲିସ । ଅନ୍ୟପଟେ ନିଖୋଜ ନାବାଳିକାଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ଶେଷଥର ପାଇଁ ନାବାଳିକା ଜଣଙ୍କୁ ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ।