କେନ୍ଦୁଝରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ସେପଟେ ପିପିଲିରେ ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର ଜିଲ୍ଲା ତେଲକୋଇରେ ଲଜ୍ଜା । ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ତେଲକୋଇ ଥାନାରେ ଏ ସମ୍ପର୍କରେ ଅଭିଯୋଗ ପରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି ।

Crime bb

Photograph: (kanaknews)

କନକ ବ୍ୟୁରୋ :  କେନ୍ଦୁଝର ଜିଲ୍ଲା ତେଲକୋଇରେ ଲଜ୍ଜା । ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ତେଲକୋଇ ଥାନାରେ ଏ ସମ୍ପର୍କରେ ଅଭିଯୋଗ ପରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି ।  ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ସୂଚନା ଦେଇଛି ତେଲକୋଇ ପୁଲିସ । ଘଟଣାରେ ଅଧିକ ତଦନ୍ତ କରୁଛି ପୁଲିସ ।

ସେପଟେ ପିପିଲିରୁ ବି ଆସିଛି ସମାନ ଖବର । ପିପିଲିରେ ପୁଣି ଲଜ୍ୟା । ପିପିଲି ଅଞ୍ଚଳର ଜଣେ ୭ ବର୍ଷୀୟ ନବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା’ । ଅଭିଯୋଗ ଆଧାରରେ ପିପିଲି ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଅଭିଯୁକ୍ତଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏପଟେ ଅଭିଯୁକ୍ତ ବିରୋଧରେ ପୂର୍ବରୁ ଏଭଳି ଅଭିଯୋଗ ଆସିଥିବା ନେଇ କୁହାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe