କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇରେ ଲଜ୍ଜା । ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ତେଲକୋଇ ଥାନାରେ ଏ ସମ୍ପର୍କରେ ଅଭିଯୋଗ ପରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ସୂଚନା ଦେଇଛି ତେଲକୋଇ ପୁଲିସ । ଘଟଣାରେ ଅଧିକ ତଦନ୍ତ କରୁଛି ପୁଲିସ ।
ସେପଟେ ପିପିଲିରୁ ବି ଆସିଛି ସମାନ ଖବର । ପିପିଲିରେ ପୁଣି ଲଜ୍ୟା । ପିପିଲି ଅଞ୍ଚଳର ଜଣେ ୭ ବର୍ଷୀୟ ନବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା’ । ଅଭିଯୋଗ ଆଧାରରେ ପିପିଲି ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଅଭିଯୁକ୍ତଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏପଟେ ଅଭିଯୁକ୍ତ ବିରୋଧରେ ପୂର୍ବରୁ ଏଭଳି ଅଭିଯୋଗ ଆସିଥିବା ନେଇ କୁହାଯାଉଛି ।