କନକ ବ୍ୟୁରୋ : ଗୋପାଳପୁର ଥାନାରେ ହାଇଡ୍ରାମା । ଫିନାଇଲ୍ ପିଇଲେ ନାବାଳିକା । ସାଙ୍ଗରେ ଆଣିଥିବା ବୋତଲରୁ ପିଇଦେଲେ ଫିନାଇଲ୍ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଇକରେ ଗୋପାଳପୁର ବେଳାଭୂମି ଯାଇଥିଲେ । ତେବେ ବେଳାଭୂମିରେ ବୁଲୁଥିବା ବେଳେ ହଠାତ୍ ବାଇକରୁ ଡେଇଁ ସିଧା ଗୋପାଳପୁର ଥାନା ଆସିଥିଲେ । ଥାନାରେ ପୁରୁଷ ବନ୍ଧୁଙ୍କ ବିରୋଧରେ କିଛି ଅଭିଯୋଗ କରିଥିଲେ । ପରେ ନାବାଳିକାଙ୍କୁ କାଉନସିଲିଂ କରିବା ପାଇଁ ତାଙ୍କ ବାପା-ମା’ଙ୍କୁ ଥାନା ଡକାଇଥିଲେ । ତେବେ ଥାନାରେ ବାପାଙ୍କୁ ଦେଖି ନାବାଳିକ ଜଣକ ନିଜ ବ୍ୟାଗରେ ରଖିଥିବା ଏକ ଛୋଟିଆ ବୋତଲରୁ କିଛି ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସୂଚନା ଅନୁସାରେ ନାବାଳିକା ଜଣକ ଫିନାଇଲ୍ ପିଇଥିଲେ । ଦୁଇଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି । ସେପଟେ ଘଟଣାର ତଦନ୍ତ ପାଇଁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସପି । କେଉଁ ପରିସ୍ଥିତିରେ ଥାନା ଭିତରେ ଏଭଳି ଘଟଣା ଘଟିଲା, ତା’ର ତଦନ୍ତ ହେବ । ଏହା ସହ ନାବାଳିକାଙ୍କ ଅଭିଯୋଗ କ’ଣ ଥିଲା, ତା’କୁ ପ୍ରାରମ୍ଭିକ ଭାବେ ଦେଖାଯିବା ନେଇ ସୂଚନା ମିଳିଛି ।
ଥାନାରେ ନାବାଳିକାଙ୍କ ଫିନାଇଲ୍ ପିଇବା ଘଟଣା : ଗୁରୁତର ଅବସ୍ଥାରେ ଚାଲିଛି MKCG ରେ ଚିକିତ୍ସା
ଫିନାଇଲ୍ ପିଇଲେ ନାବାଳିକା । ସାଙ୍ଗରେ ଆଣିଥିବା ବୋତଲରୁ ପିଇଦେଲେ ଫିନାଇଲ୍ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।
/kanak/media/media_files/2025/09/02/lady-2025-09-02-08-54-22.jpg)