କନକ ବ୍ୟୁରୋ : ନାବାଳିକାଙ୍କୁ ବୀଭତ୍ସ ହତ୍ୟା । ଘରେ ପଶି ଶାବଳ ଓ ବ୍ଲେଡରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଘରେ କେହି ନଥିବା ବେଳେ ବାରିପଟେ ପଶି ନାବାଳିକାଙ୍କୁ ଶାବଳରେ ଆକ୍ରମଣ କରି ହତ୍ୟା କରିଛନ୍ତି ଜଣେ ଯୁବକ । ଗଞ୍ଜାମ ଗୋପାଳପୁର ଥାନା ଅନ୍ତର୍ଗତ ନୂଆ କରାପଲ୍ଲୀର ଆଇଟିଆଇ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ।
ଆଜି ସକାଳେ ଘରେ କେହି ନଥିବା ବେଳେ ଏକୁଟିଆ ଦେଖି ଘରେ ପଶି ସକାଳୁ ସକାଳୁ ଏଭଳି ହତ୍ୟାକାଣ୍ଡ ଘଟାଇଛି ଯୁବକ ଜଣକ । ହତ୍ୟା କରିଥିବା ଯୁବକ ମୁନା ଖାଁ ବୋଲି ଅଭିଯୋଗ ହୋଇଛି । ଶାବଳରେ ନାବାଳିକାଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ବ୍ଲେଡରେ ଶରୀରର ବିଭିନ୍ନ ଜାଗାରେ ଆକ୍ରମଣ କରିଥିଲା । ଏନେଇ ଯୁବତୀଙ୍କ ବାପା, ମା’ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।