ବିଶ୍ବକର୍ମା ଦେଖି ଫେରିବାବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଜଣଙ୍କୁ ଉଠାଇ ନେଇ ଜେରା କରୁଛି ପୁଲିସ

ସୁନ୍ଦରଗଡ଼ ବଲାଙ୍ଗ ଥାନା ଅଞ୍ଚଳରୁ ଆସିଲା ସାଂଘାତିକ ଖବର ।

ନାବାଳିକାକୁ ଗଣଦୁଷ୍କର୍ମ!

ନାବାଳିକାକୁ ଗଣଦୁଷ୍କର୍ମ! Photograph: (Kanaknews)

କନକ ବ୍ୟୁରୋ: ପୁଣି ଲଜ୍ଜା ! ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ । ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସୂଚନା ଅନୁସାରେ, ବିଶ୍ବକର୍ମା ପୂଜା ଦେଖି ଫେରୁଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇଥିଲେ ୨ ଯୁବକ । ଆଉ ଜଙ୍ଗଲରେ ହିଁ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ କେ. ବଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।

ପୁଲିସ ଏକ ମାମଲା ନମ୍ବର ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ବରସୁଆଁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ସେପଟେ ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢ଼ିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe