କନକ ବ୍ୟୁରୋ: ପୁଣି ଲଜ୍ଜା ! ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ । ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସୂଚନା ଅନୁସାରେ, ବିଶ୍ବକର୍ମା ପୂଜା ଦେଖି ଫେରୁଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇଥିଲେ ୨ ଯୁବକ । ଆଉ ଜଙ୍ଗଲରେ ହିଁ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ କେ. ବଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।
ପୁଲିସ ଏକ ମାମଲା ନମ୍ବର ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ବରସୁଆଁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ସେପଟେ ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢ଼ିବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/19/sundargarh-2025-09-19-13-48-25.jpg)