ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଫେରାର । ଦୁଇ ଭଉଣୀ ଗୁରୁତର ।

Advertisment

ବାପା, ମା ଓ ୩ ଭଉଣୀଙ୍କୁ ନିଶା ଦେଇ ନାବାଳିକା ଫେରାର ଘଟଣା । ଅଧିକ ଚିକିତ୍ସା ପାଇଁ ୨ ଶିଶୁ କଟକ ଶିଶୁଭବନ ସ୍ଥାନାନ୍ତର । ବାପା, ମାଆ ଆଉ ଏକ ଭଉଣୀ ଯାଜପୁରରେ ଚିକିତ୍ସାଧୀନ ।

ବାପା, ମା ଓ ୩ ଭଉଣୀଙ୍କୁ ନିଶା ଦେଇ ନାବାଳିକା ଫେରାର ଘଟଣା । ଅଧିକ ଚିକିତ୍ସା ପାଇଁ ୨ ଶିଶୁ କଟକ ଶିଶୁଭବନ ସ୍ଥାନାନ୍ତର । ବାପା, ମାଆ ଆଉ ଏକ ଭଉଣୀ ଯାଜପୁରରେ ଚିକିତ୍ସାଧୀନ ।

Jajpur toxication

କନକ ବ୍ୟୁରୋ: ପରିବାରକୁ ନିଶାଦେଇ ନାବାଳିକା ଯୁବତୀ ଫେରାର ଘଟଣା । ଅସୁସ୍ଥ ୨ ଭଉଣୀ କଟକ ସ୍ଥାନାନ୍ତର । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଘରୁ ଫେରାର ହୋଇଯାଇଥିବା କୁହାଯାଉଛି ।  ଏହି ଘଟଣାରେ ଅସୁସ୍ଥ ଥିବା ୨ ଭଉଣୀ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳର ନାବାଳିକା ଝିଅ ଗତକାଲି ଖାଦ୍ୟରେ ନିଶା ଔଷଧ ଦେଇ ଘରୁ କେଉଁଆଡେ ପଳାଇଯାଇଛି । ନାବାଳିକାଟି ଫେରାର ଥିବାବେଳେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ଯାଜପୁର ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ୨ ସାନ ଭଉଣୀଙ୍କ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe