ନାବାଳକ ପୁଅକୁ କଳକୀ ଅବତାର ଘଟଣା : ମାମଲା ରୁଜୁ କଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ

Advertisment

ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ପହଞ୍ଚିଲା କଳ୍‌କୀ ମାମଲା । ଭୁବନେଶ୍ବର ବୈକୁଣ୍ଠ ଧାମ ଆଶ୍ରମରେ ଛୋଟ ଶିଶୁକୁ କଳ୍‌କୀ ଅବତାର କହି, ବାବା କରି ପୂଜା କରିବା ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। ପୂରା ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଆୟୋଗ । ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି

gsgretwetwe

କନକବ୍ୟୁରୋ : ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ପହଞ୍ଚିଲା କଳ୍‌କୀ ମାମଲା  । ଭୁବନେଶ୍ବର ବୈକୁଣ୍ଠ ଧାମ ଆଶ୍ରମରେ ଛୋଟ ଶିଶୁକୁ କଳ୍‌କୀ ଅବତାର କହି, ବାବା କରି ପୂଜା କରିବା ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ  । ପୂରା ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଆୟୋଗ । ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଘଟଣାର ତଦନ୍ତ କରିବା ପାଇଁ ସିଡବ୍ଲୁସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କୁଆଡ଼େ ଗଲେ ଆତ୍ମଘୋଷିତ ବାବା, ଏବେ ତାକୁ ନେଇ ପ୍ରଶ୍ନ ଉଠିଛି । ନାବାଳକ ପୁଅକୁ ଭଗବାନ ବୋଲି ପ୍ରଦର୍ଶିତ କରାଉଥିଲେ ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର। ପାଦ ତଳେ ତୁଳସୀ ଓ ଗୀତା ଭାଗବତ ରଖି ପୂଜା କରାଉଥିଲେ। ଏହାର ଫଟୋ ଭାଇରାଲ ହେବା ପରେ କାଶିନାଥ ବାବାଙ୍କର ଦେଖା ମିଳୁନି । ଭୁବନେଶ୍ଵରର ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ଭିତରେ ପଡିଛି ତାଲା ।

କାହାକୁ ଭିତରକୁ ଛାଡୁ ନାହାନ୍ତି ଆଶ୍ରମର ଅନ୍ତେବାସୀ । ପାର୍ସଲ ଆସିଲେ ବି ନେବାକୁ ଆସୁନାହାନ୍ତି ଅନ୍ତେବାସୀ । ଆଶ୍ରମକୁ ଆସୁଥିବା ଭକ୍ତଙ୍କ ପାଇଁ ଖଣ୍ଡଗିରି ବାରୀ ଗାଁ ରହିଛି ଭଡା ଘର  । କ୍ୟାମେରା ଦେଖି ଲୁଚିଛନ୍ତି ଅନ୍ତେବାସୀ । ଭୁବନେଶ୍ୱର ଭରତପୁର ଥାନା କୋଳଥିଆରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର, ଧର୍ମ ନାମରେ ବ୍ୟବସାୟ କରୁଥିବା ଅଭିଯୋଗ କରିଛି ରାଜ୍ୟ ସମାଜସେବୀ ମହାସଂଘ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe