କନକବ୍ୟୁରୋ : ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ପହଞ୍ଚିଲା କଳ୍କୀ ମାମଲା । ଭୁବନେଶ୍ବର ବୈକୁଣ୍ଠ ଧାମ ଆଶ୍ରମରେ ଛୋଟ ଶିଶୁକୁ କଳ୍କୀ ଅବତାର କହି, ବାବା କରି ପୂଜା କରିବା ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପୂରା ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଆୟୋଗ । ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଘଟଣାର ତଦନ୍ତ କରିବା ପାଇଁ ସିଡବ୍ଲୁସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ କୁଆଡ଼େ ଗଲେ ଆତ୍ମଘୋଷିତ ବାବା, ଏବେ ତାକୁ ନେଇ ପ୍ରଶ୍ନ ଉଠିଛି । ନାବାଳକ ପୁଅକୁ ଭଗବାନ ବୋଲି ପ୍ରଦର୍ଶିତ କରାଉଥିଲେ ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର। ପାଦ ତଳେ ତୁଳସୀ ଓ ଗୀତା ଭାଗବତ ରଖି ପୂଜା କରାଉଥିଲେ। ଏହାର ଫଟୋ ଭାଇରାଲ ହେବା ପରେ କାଶିନାଥ ବାବାଙ୍କର ଦେଖା ମିଳୁନି । ଭୁବନେଶ୍ଵରର ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ଭିତରେ ପଡିଛି ତାଲା ।
କାହାକୁ ଭିତରକୁ ଛାଡୁ ନାହାନ୍ତି ଆଶ୍ରମର ଅନ୍ତେବାସୀ । ପାର୍ସଲ ଆସିଲେ ବି ନେବାକୁ ଆସୁନାହାନ୍ତି ଅନ୍ତେବାସୀ । ଆଶ୍ରମକୁ ଆସୁଥିବା ଭକ୍ତଙ୍କ ପାଇଁ ଖଣ୍ଡଗିରି ବାରୀ ଗାଁ ରହିଛି ଭଡା ଘର । କ୍ୟାମେରା ଦେଖି ଲୁଚିଛନ୍ତି ଅନ୍ତେବାସୀ । ଭୁବନେଶ୍ୱର ଭରତପୁର ଥାନା କୋଳଥିଆରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର, ଧର୍ମ ନାମରେ ବ୍ୟବସାୟ କରୁଥିବା ଅଭିଯୋଗ କରିଛି ରାଜ୍ୟ ସମାଜସେବୀ ମହାସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/17/63dKHArz1Tq9FX8oaOWf.jpg)