ମୋବାଇଲ ଚୋରି ସନ୍ଦେହରେ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରି : ସିସିଟିଭି ପରିସର ବାହାରକୁ ନେଇ ନିସ୍ତୁକ ମାଡ଼

ଥାନାରେ ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ  ।  ମୋବାଇଲ ଚୋରି ସନ୍ଦେହରେ ନାବାଳକକୁ ଅମାନୁଷିକ ନିର୍ଯ୍ୟାତନା ଅଭିଯୋଗ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ବିରୋଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ

police third degree

Photograph: (kanaknews)

କନକବ୍ୟୁରୋ :  ଥାନାରେ ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ  ।  ମୋବାଇଲ ଚୋରି ସନ୍ଦେହରେ ନାବାଳକକୁ ଅମାନୁଷିକ ନିର୍ଯ୍ୟାତନା ଅଭିଯୋଗ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ବିରୋଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ ।  ଗୁରୁତର ଅବସ୍ଥାରେ ନାବାଳକ ଭଦ୍ରକ ମେଡିକାଲରେ ଭର୍ତ୍ତି । ଗତ ୨ ତାରିଖରେ ମୋବାଇଲ ଚୋରି ନେଇ ଥାନାକୁ ଅଭିଯୋଗ ଆସିଥିଲା ।

ଅଧିକ ପଢନ୍ତୁ..ଠୁଙ୍କାପୁରୀ ବିନା ଅଧୁରା କଟକର ଐତିହାସିକ ବାଲିଯାତ୍ରା

ପୁଲିସ ଜଣେ ନାବାଳକକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଥିଲା ।  ରାତିରେ ନାବାଳକକୁ ଥାନା ବାହାରକୁ ନେଇ ଅନ୍ଧାରିଆ ସ୍ଥାନରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  ଥାନା ଅଧିକାରୀ ରୋଜାଲିନ ବେହେରାଙ୍କ ନିର୍ଦ୍ଦେଶରେ ଏସଆଇ ନାୟକବାବୁ , ଥାନାର ଡ୍ରାଇଭର ନାବାଳକକୁ ନିସ୍ତୁକ ମାଡ଼ ମାରିଥିଲେ ।

ଅଧିକ ପଢନ୍ତୁ... ଗହଳି ବଢ଼ୁଛି, ବଜାର ଜମୁଛି : କଟକ ବାଲିଯାତ୍ରାରେ ଅସମ୍ଭାଳ ଭିଡ

ମାଡ଼ରେ ନାବାଳକର ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ନାବାଳକ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି, ପୀରହାଟ ଥାନା ଅଧିକାରିଣୀ ରୋଜାଲିନ ବେହେରା  ।  ଥାନାରେ ନିର୍ଯ୍ୟାତନା ଦିଆଯାଇ ନାହିଁ ବୋଲି ରୋକଠୋକ୍ ମନା କରିଛନ୍ତି । ଏନେଇ ଭଦ୍ରକ ଏସପିଙ୍କ ଯୋଗାଯୋଗ କରିବାରୁ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe