କନକବ୍ୟୁରୋ : ଥାନାରେ ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ । ମୋବାଇଲ ଚୋରି ସନ୍ଦେହରେ ନାବାଳକକୁ ଅମାନୁଷିକ ନିର୍ଯ୍ୟାତନା ଅଭିଯୋଗ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ବିରୋଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳକ ଭଦ୍ରକ ମେଡିକାଲରେ ଭର୍ତ୍ତି । ଗତ ୨ ତାରିଖରେ ମୋବାଇଲ ଚୋରି ନେଇ ଥାନାକୁ ଅଭିଯୋଗ ଆସିଥିଲା ।
ଅଧିକ ପଢନ୍ତୁ..ଠୁଙ୍କାପୁରୀ ବିନା ଅଧୁରା କଟକର ଐତିହାସିକ ବାଲିଯାତ୍ରା
ପୁଲିସ ଜଣେ ନାବାଳକକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଥିଲା । ରାତିରେ ନାବାଳକକୁ ଥାନା ବାହାରକୁ ନେଇ ଅନ୍ଧାରିଆ ସ୍ଥାନରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଥାନା ଅଧିକାରୀ ରୋଜାଲିନ ବେହେରାଙ୍କ ନିର୍ଦ୍ଦେଶରେ ଏସଆଇ ନାୟକବାବୁ , ଥାନାର ଡ୍ରାଇଭର ନାବାଳକକୁ ନିସ୍ତୁକ ମାଡ଼ ମାରିଥିଲେ ।
ଅଧିକ ପଢନ୍ତୁ... ଗହଳି ବଢ଼ୁଛି, ବଜାର ଜମୁଛି : କଟକ ବାଲିଯାତ୍ରାରେ ଅସମ୍ଭାଳ ଭିଡ
ମାଡ଼ରେ ନାବାଳକର ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ନାବାଳକ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି, ପୀରହାଟ ଥାନା ଅଧିକାରିଣୀ ରୋଜାଲିନ ବେହେରା । ଥାନାରେ ନିର୍ଯ୍ୟାତନା ଦିଆଯାଇ ନାହିଁ ବୋଲି ରୋକଠୋକ୍ ମନା କରିଛନ୍ତି । ଏନେଇ ଭଦ୍ରକ ଏସପିଙ୍କ ଯୋଗାଯୋଗ କରିବାରୁ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/09/police-third-degree-2025-11-09-12-24-13.jpg)