କନକ ବ୍ୟୁରୋ : ଗୋପାଳପୁର, ବ୍ରହ୍ମଗିରି ଦୁଷ୍କର୍ମ ଘଟଣା ମନରୁ ନ ଯାଉଣୁ ଖୋର୍ଦ୍ଧାରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।
କୁଶ୍ଚିତ। ବିଭତ୍ସ। ଅମାନୁସିକ। ଖୋର୍ଦ୍ଧା ନାବାଳିକାଙ୍କୁ ଦୁଷ୍କର୍ମ ନୁହେଁ, ହୋଇଛି ଗଣ ଦୁଷ୍କର୍ମ। ଖୋର୍ଦ୍ଧାରେ ଦୁଷ୍କର୍ମ ପରେ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ପୀଡିତା । ବାଘମାରି ପୁଲିସ ଭୁବନେଶ୍ୱର ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ ବେଳେ, ସାମାନକୁ ଆସିଛି ସାଙ୍ଘାତିକ ସତ । କେମିତି ଘଟିଲା ଏ ଲୋମଟାଙ୍କୁରା କାହାଣୀ। ଗୋଟି ଗୋଟି କରି କହିଛନ୍ତି ପୀଡିତା । ବୟାନ ରେକର୍ଡ ବେଳେ, ଏହି ବର୍ବରୋଚିତ କାହାଣୀ ସାମାନକୁ ଆସିଛି ।
ପର୍ଯ୍ୟଟନ କ୍ଷେତ୍ରରେ ହୀରାକୁଦକୁ ପଛରେ ପକାଇଲା ମାଆ ସମଲେଶ୍ୱରୀ ମନ୍ଦିର, ପ୍ରତିବର୍ଷ ବଢ଼ିଚାଲିଛି ଭକ୍ତଙ୍କ ସଂଖ୍ୟା
ପ୍ରେମରେ ବିଫଳ ହେବା ପରେ, ହତାଶ ପ୍ରେମିକ ନେଇଛି ପ୍ରତିଶୋଧ । ଭୁଲେଇ ଭାଲେଇ ନାବାଳିକାଙ୍କୁ ଖୋର୍ଦ୍ଧା ନୁଆ ବସଷ୍ଟାଣ୍ଡ ପାଖକୁ ଡାକିଥିଲା । କାରରେ ବସିବାକୁ କହି ରୁମାଲରେ ନିଶା ଦେଇ ଅଚେତ କରିଥିଲା । ପୀଡିତା ଆଖି ଖୋଲି ଦେଖିବା ବେଳକୁ ତାଙ୍କ ହାତ ଗୋଡ ବନ୍ଧା ଯାଇଥିବା ବେଳେ,ସେ ଉଲଗ୍ନ ଅବସ୍ଥାରେ ଏକ ଘର ଭିତରେ ନିଜକୁ ପାଇଥିଲେ । ଚିତ୍କାର କରିବାରୁ ପୁଣି ଥରେ ଅଚେତ୍ କରାଇ ଦେଇଥିଲେ ଦୁଷ୍କର୍ମକାରୀ ।
ବ୍ରହ୍ମପୁରରେ କାହାପାଇଁ ମାଗଣା ୱାଇଫାଇ ସେବା ? ଖବର ବାଜିବା ପରେ ସଚେତନ ହେଲା ବିଇଏମସି
ଖୋର୍ଦ୍ଧାର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ, ପିଡ଼ିତାଙ୍କୁ ଭେଟିଛି ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କ ଗିରଫ କରି ଦାବି କରିଛନ୍ତି ।
ଶୁଖିଲାପତ୍ର ବିକି ବିକି କୋଟିପତି : ମହିଳାଙ୍କୁ ସଶକ୍ତ କରିଛି ତେଜପତ୍ର ଚାଷ
ସେପଟେ ଖୋର୍ଦ୍ଧା ଏସପି ଏହି ଘଟଣାର ତଦାରଖ କରୁଛନ୍ତି । ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ସିସିଟିଭି ଯାଞ୍ଚ୍ ସହ ତଥ୍ୟ, ପ୍ରମାଣକୁ ଏକାଠି କରି ୬ ଜଣଙ୍କୁ ଅଟକ ରଖାଯାଇଛି । ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ, ପୁରା ଘଟଣା ଉପରୁ ପର୍ଦ୍ଦା ହଟିବ ।
Follow Us