ରାଜଧାନୀରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଧରା ହେଲା ମୁଖ୍ୟ ଅଭିଯୁକ୍ତ, ଜେରା କରୁଛି ପୁଲିସ

ଏଭଳି ସଙ୍ଗିନୀ ଅଭିଯୋଗ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ଦେବୀ ପ୍ରସାଦ ଜେନା ଓରଫ ବୁବୁ ଜେନାକୁ ଅଟକ ରଖି ପଚରା ଉଚରା କରୁଛି କମିସନରେଟ୍ ପୁଲିସ । ନାବାଳିକା ଜଣକ ଡିସିପିଙ୍କ ନିକଟରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଗତ ୮ ଜାନୁଆରୀ  ୨୦୨୪ରେ ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ, ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ବୁବୁ ।

30

କନକ ବ୍ୟୁରୋ :  ରାଜଧାନୀରେ ନାବାଳିକାଙ୍କୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ, ବ୍ଲାକମେଲିଂ ସହ ମୁଁହ ଖୋଲିଲେ ହତ୍ୟା ଧମକ । କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଅଭିଯୁକ୍ତର ୩ ସହଯୋଗୀ ଦେଉଥିଲେ ମାନସିକ ନିର୍ଯାତନା । ଏଭଳି ସଙ୍ଗିନୀ ଅଭିଯୋଗ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ଦେବୀ ପ୍ରସାଦ ଜେନା ଓରଫ ବୁବୁ ଜେନାକୁ ଅଟକ ରଖି ପଚରା ଉଚରା କରୁଛି କମିସନରେଟ୍ ପୁଲିସ । ନାବାଳିକା ଜଣକ ଡିସିପିଙ୍କ ନିକଟରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଗତ ୮ ଜାନୁଆରୀ  ୨୦୨୪ରେ ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ, ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ବୁବୁ । ଗାଡ଼ି ଭିତରେ ଥିବା ତାର ସହଯୋଗୀ ରାଜେଶ, ଅମ୍ଲାନ, ଆବାସ ଓ ସୁବ୍ରତ ଅପହରଣରେ ସହଯୋଗ କରିଥିଲେ। କାରରେ ପୁରୀ ବାଇପାସ୍‌ ରୋଡ଼କୁ ନେଇ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା । ପରେ ଦୁଷ୍କର୍ମ କଥା ପ୍ରଘଟ କଲେ ଫଟୋ, ଭିଡିଓ ଭାଇରାଲ ସହ ହତ୍ୟା ଧମକ ଦେଇଥିବା ନାବାଳିକା ଅଭିଯୋଗ କରିଛନ୍ତି । ଦୁଷ୍କର୍ମ, ଜୀବନରୁ ମାରି ଦେବାକୁ ଧମକ, ବ୍ଲାକମେଲିଂ, ଅପହରଣ ଭଳି ସଙ୍ଗିନ ଦଫା ସହ ପକସୋ ଆକ୍ଟରେ ମାମଲା ରୁଜୁ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe