କନକ ବ୍ୟୁରୋ :  ରାଜଧାନୀରେ ନାବାଳିକାଙ୍କୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ, ବ୍ଲାକମେଲିଂ ସହ ମୁଁହ ଖୋଲିଲେ ହତ୍ୟା ଧମକ । କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଅଭିଯୁକ୍ତର ୩ ସହଯୋଗୀ ଦେଉଥିଲେ ମାନସିକ ନିର୍ଯାତନା । ଏଭଳି ସଙ୍ଗିନୀ ଅଭିଯୋଗ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ଦେବୀ ପ୍ରସାଦ ଜେନା ଓରଫ ବୁବୁ ଜେନାକୁ ଅଟକ ରଖି ପଚରା ଉଚରା କରୁଛି କମିସନରେଟ୍ ପୁଲିସ । ନାବାଳିକା ଜଣକ ଡିସିପିଙ୍କ ନିକଟରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଗତ ୮ ଜାନୁଆରୀ  ୨୦୨୪ରେ ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ, ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ବୁବୁ । ଗାଡ଼ି ଭିତରେ ଥିବା ତାର ସହଯୋଗୀ ରାଜେଶ, ଅମ୍ଲାନ, ଆବାସ ଓ ସୁବ୍ରତ ଅପହରଣରେ ସହଯୋଗ କରିଥିଲେ। କାରରେ ପୁରୀ ବାଇପାସ୍‌ ରୋଡ଼କୁ ନେଇ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା । ପରେ ଦୁଷ୍କର୍ମ କଥା ପ୍ରଘଟ କଲେ ଫଟୋ, ଭିଡିଓ ଭାଇରାଲ ସହ ହତ୍ୟା ଧମକ ଦେଇଥିବା ନାବାଳିକା ଅଭିଯୋଗ କରିଛନ୍ତି । ଦୁଷ୍କର୍ମ, ଜୀବନରୁ ମାରି ଦେବାକୁ ଧମକ, ବ୍ଲାକମେଲିଂ, ଅପହରଣ ଭଳି ସଙ୍ଗିନ ଦଫା ସହ ପକସୋ ଆକ୍ଟରେ ମାମଲା ରୁଜୁ କରିଛି ପୁଲିସ ।

Advertisment