ଶ୍ରେଷ୍ଠ ରାଜ୍ୟ ଓଡ଼ିଶା, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗିର ; ଜାତୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଘୋଷଣା

ଜାତୀୟ ଜଳ ପୁରୁସ୍କାର ଘୋଷଣା । ଶ୍ରେଷ୍ଠ ରାଜ୍ୟ ଓଡ଼ିଶା, ଶ୍ରେଷ୍ଠ ଜିଲ୍ଲା ଭାବେ ବଲାଙ୍ଗିର ମନୋନୀତ । ୨୨ ତାରିଖରେ ଦିଲ୍ଲୀ ବିଜ୍ଞାନ ଭବନରେ ମିଳିବ ପୁରସ୍କାର । ଜାତୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଘୋଷଣା ।

2--------------

କନକ ବ୍ୟୁରୋ: କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତରଫରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ଜଳ ସଂରକ୍ଷଣ ଦିଗରେ ବ୍ୟାପକ କାମ କରୁଥିବା ଯୋଗୁଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ମିଳିଛି । ସେହିପରି ବଲାଙ୍ଗିରକୁ ଶ୍ରେଷ୍ଠ ଜିଲ୍ଲା, ପୁରୀକୁ ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ଓ ମୟୂରଭଞ୍ଜର ଖଇରବାଣି ଆଶ୍ରମ ସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି । ଏହି ୪ ବର୍ଗରେ ଓଡ଼ିଶା ଜାତୀୟ ଜଳ ପୁରସ୍କାର ପାଇବ । ଆସନ୍ତା ୨୨ ତାରିଖରେ ଦିଲ୍ଲୀ ବିଜ୍ଞାନ ଭବନରେ ରାଜ୍ୟକୁ ପୁରସ୍କୃତ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe