କନକ ବ୍ୟୁରୋ: ଫାଇଭ-ଟି ସ୍କୁଲକୁ କାହିଁକି ବିଜୁଳି ବିଚ୍ଛିନ୍ନ ହୋଇଛି। ବିଜେଡି ବିଧାୟକ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି । ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତରରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ. ଭି ସିଂହଦେଓ କହିଛନ୍ତି, ଫାଇଭ-ଟି ସକରୁ ବାହାରି ପାରିନାହାନ୍ତି ପୂର୍ବତନ ସରକାର ତଥା ବିରୋଧୀ ଦଳ ବିଧାୟକ। ସ୍କୁଲ ଗୁଡ଼ିକ ବିଜୁଳି ବିଲ୍ ଦେଇନାହାନ୍ତି। ଯାହାର ପରିଣାମ ଭୋଗୁଛି ସ୍କୁଲ। ଫାଇଭ-ଟି ବୋଲି କୌଣସି ବିଭାଗ ନାହିଁ କି ସେଥିପାଇଁ ବଜେଟରେ କୌଣସି ପ୍ରାବଧାନ ହୋଇନଥିବା କହିଛନ୍ତି ଶକ୍ତିମନ୍ତ୍ରୀ। ବକେୟା ବିଲ୍ ପୈଠ କରିବା ପାଇଁ ପଞ୍ଚାୟତକୁ ୧୦୫ କୋଟି ଟଙ୍କା ଦିଆଯାଇଛି।
୫ଟି ସ୍କୁଲରେ ବିଦ୍ୟୁତ କାଟ ନେଇ ମନ୍ତ୍ରୀଙ୍କ ଉତ୍ତର: କହିଲେ, ୫ଟି ସ୍କୁଲର ବିଜୁଳି ପେମେଣ୍ଟ ହୋଇନି, ପରିଣାମ ଭୋଗୁଛି ସ୍କୁଲ
ଫାଇଭ-ଟି ସ୍କୁଲକୁ କାହିଁକି ବିଜୁଳି ବିଚ୍ଛିନ୍ନ ହୋଇଛି। ବିଜେଡି ବିଧାୟକ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି ।