ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମନ୍ତ୍ରୀଙ୍କ ଉତ୍ତର, କଂଗ୍ରେସର କକ୍ଷତ୍ୟାଗ ମଧ୍ୟରେ କଂଗ୍ରେସକୁ କଡ଼ା ସମାଲୋଚନା

Advertisment

ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ  ପହଞ୍ଚିଛୁ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, "ବିଶ୍ୱ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଆଡକୁ ଗତି କରୁଛି । ଭାରତ ଆଜି ବିଶ୍ୱ ବନ୍ଧୁ ଭାବରେ ଏକ ଅଂଶୀଦାର ହୋଇ ରହିଛି । ଆମେ ବିଶ୍ୱ କଲ୍ୟାଣରେ ଆମର ଭୂମିକା ନିର୍ବାହ କରୁଛୁ । ଆଜି, ଭାରତ ବିଶ୍ୱ ପ୍ଲାଟଫର୍ମରେ ଗ୍ଲୋବାଲ୍ ସାଉଥର ସ୍ୱର ପାଲଟିଛି ।

ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ  ପହଞ୍ଚିଛୁ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, "ବିଶ୍ୱ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଆଡକୁ ଗତି କରୁଛି । ଭାରତ ଆଜି ବିଶ୍ୱ ବନ୍ଧୁ ଭାବରେ ଏକ ଅଂଶୀଦାର ହୋଇ ରହିଛି । ଆମେ ବିଶ୍ୱ କଲ୍ୟାଣରେ ଆମର ଭୂମିକା ନିର୍ବାହ କରୁଛୁ । ଆଜି, ଭାରତ ବିଶ୍ୱ ପ୍ଲାଟଫର୍ମରେ ଗ୍ଲୋବାଲ୍ ସାଉଥର ସ୍ୱର ପାଲଟିଛି ।

manan - 2026-

କନକ ବ୍ୟୁରୋ :  ସଂସଦର ବଜେଟ୍ ଅଧିବେଶନରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଏବଂ ନାରାବାଜି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାବ ରଖିଛନ୍ତି । ରାଜ୍ୟସଭାରେ ବିବୃତି ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଆଜି ଦ୍ରୁତ ଗତିରେ ବିକାଶ କରୁଛି। ଆମକୁ ଅଟକିବା ଉଚିତ୍ ନୁହେଁ କିମ୍ବା ପଛକୁ ଚାହିଁବା ଉଚିତ୍ ନୁହେଁ । ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ  ପହଞ୍ଚିଛୁ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, "ବିଶ୍ୱ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଆଡକୁ ଗତି କରୁଛି । ଭାରତ ଆଜି ବିଶ୍ୱ ବନ୍ଧୁ ଭାବରେ ଏକ ଅଂଶୀଦାର ହୋଇ ରହିଛି । ଆମେ ବିଶ୍ୱ କଲ୍ୟାଣରେ ଆମର ଭୂମିକା ନିର୍ବାହ କରୁଛୁ । ଆଜି, ଭାରତ ବିଶ୍ୱ ପ୍ଲାଟଫର୍ମରେ ଗ୍ଲୋବାଲ୍ ସାଉଥର ସ୍ୱର ପାଲଟିଛି । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, "ବିଶ୍ୱ ଦରବାରରେ କଂଗ୍ରେସ ପାଇଁ ଭାରତର ଛବି ଯେଉଁଭଳି ଅଛି ତାହାକୁ ଧୋଇବା ପାଇଁ ମୋତେ ବହୁତ ସମୟ ଲାଗୁଛି। ଲାଲକିଲ୍ଲାରୁ କଂଗ୍ରେସ ପ୍ରଧାନମନ୍ତ୍ରୀମାନଙ୍କର ପୁରୁଣା ଭାଷଣ ଶୁଣନ୍ତୁ। ସେମାନଙ୍କର କୌଣସି ଚିନ୍ତାଧାରା, ଦୃଷ୍ଟିକୋଣ କିମ୍ବା  ଇଚ୍ଛାଶକ୍ତି ନଥିଲା । ବଜେଟ୍ ଉପରେ ଚର୍ଚ୍ଚା କରିବା ପରିବର୍ତ୍ତେ ଗୃହରେ ବାଧା ସୃଷ୍ଟି କରିବା ଦେଶର ଗଣତନ୍ତ୍ର ପାଇଁ ଶୋଭା ପାଉନାହିଁ ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ସଂସଦରେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି । ବିରୋଧୀ ଦଳଗୁଡ଼ିକ ଗତ ଦଶନ୍ଧି ଧରି ସମ୍ବିଧାନର ପ୍ରତିଟି ଶବ୍ଦକୁ ଅପମାନିତ କରିଆସିଛନ୍ତି।

ଇଥିଓପିଆ ସଂସଦରେ ମୋଦୀଙ୍କ ଐତିହାସିକ ଭାଷଣ: ଇଥିଓପିଆକୁ ‘ସିଂହମାନଙ୍କ ଦେଶ’ କହିଲେ ପ୍ରଧାନମନ୍ତ୍ରୀ

  • ଯେଉଁମାନେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲେ, ସେମାନେ ଆଜି ସମ୍ବିଧାନର ରକ୍ଷକ ସାଜିବା ହାସ୍ୟସ୍ପଦ
  • ବିରୋଧୀଙ୍କ ଏହି ହଟ୍ଟଗୋଳ କେବଳ ବିକାଶମୂଳକ କାର୍ଯ୍ୟକୁ  ରୋକିବା ପାଇଁ ଏକ ପ୍ରୟାସ
  • ଜନତା ବାରମ୍ବାର ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତଥାପି ସେମାନେ ଶିକ୍ଷା ପାଉନାହାନ୍ତି
  • ବିରୋଧୀଙ୍କ ଗାଳି ମୋ ପାଇଁ ଆଶୀର୍ବାଦ ସଦୃଶ, ମୁଁ ଦେଶ ପାଇଁ କାମ କରିଚାଲିବି
  • ଚଳିତ ବଜେଟ୍ ଦେଶକୁ ୨୦୪୭ ସୁଦ୍ଧା ବିକଶିତ କରିବା ପାଇଁ ଏକ ଶକ୍ତ ଭିତ୍ତିପ୍ରସ୍ତର
  • ବିରୋଧୀଙ୍କ ପାଖରେ କୌଣସି ତଥ୍ୟ ନାହିଁ, ସେଥିପାଇଁ ସେମାନେ କେବଳ ପାଟିତୁଣ୍ଡ କରୁଛନ୍ତି
  • ସମ୍ବିଧାନ ଦିବସ ପାଳନ କରିବା ଆରମ୍ଭ କଲୁ, କିନ୍ତୁ ବିରୋଧୀ ସେତେବେଳେ ବି ବିରୋଧ କରିଥିଲେ
  • ସମ୍ବିଧାନର ଦ୍ୱାହି ଦେଇ ବିରୋଧୀ ଦଳିତ ଓ ପଛୁଆ ବର୍ଗଙ୍କୁ ବାରମ୍ବାର ବିଭ୍ରାନ୍ତ କରୁଛନ୍ତି
  • ମିଛ କହି ଜନତାଙ୍କୁ ଭୁଆଁ ବୁଲାଇବା ଅଧିକ ଦିନ ଚଳିବ ନାହିଁ, ସତ୍ୟ ସାମ୍ନାକୁ ଆସିବ।

ବିରୋଧୀଙ୍କ ଆକ୍ରମଣ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ 

  • ମୁଁ ପ୍ରତିଦିନ ପ୍ରାୟ ୨ କିଲୋ ଗାଳି ଖାଉଛି, କିନ୍ତୁ ଏହା ମୋତେ ଦେଶ ପାଇଁ କାମ କରିବାକୁ ପ୍ରେରଣା ଦିଏ
  • ବିରୋଧୀ ଦଳର ମୋଦୀ ତୁମ କବର ଖୋଳାହେବ ନାରା ଉପରେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
  • ଯେଉଁମାନେ 'ମୋହବତ୍ କି ଦୁକାନ' ଖୋଲିବା କଥା କହୁଛନ୍ତି ସେମାନେ ହିଁ ମୋ ପାଇଁ ବିଷ ଉଘାରୁଛନ୍ତି
  • ଦେଶର ୧୪୦ କୋଟି ଜନତା ମୋର ସୁରକ୍ଷା କବଚ
  • ସେମାନେ ଥାଉ ଥାଉ ବିରୋଧୀ ମୋର କିଛି ବିଗାଡ଼ି ପାରିବେ ନାହିଁ
  • ନିର୍ବାଚନରେ ପରାଜିତ ହୋଇ ବିରୋଧୀ  ଏବେ ସୀମା ଲଂଘି ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି
  • ଶରୀରର ପ୍ରତିଟି ରକ୍ତ ବିନ୍ଦୁ ଦେଶ ପାଇଁ ସମର୍ପିତ 
  •  ଏଭଳି ଧମକରେ ମୁଁ ଡରିବା ବାଲା ନୁହେଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe