ନିଇତି ଗଣମାଧ୍ୟମ ସାମନାକୁ ଆସି ଘୋଷଣା ପରେ ଘୋଷଣା କରୁଛନ୍ତି ମନ୍ତ୍ରୀ, ସମୟ ଗଡ଼ୁଛି ହେଲେ ରହୁନି ମନ୍ତ୍ରୀଙ୍କ କଥା

Advertisment

ବିଜେଡି ସରକାର ସମୟରେ ମନ୍ତ୍ରୀଙ୍କ ଦେଖାମିଳୁନଥିଲା। ସରକାର ବଦଳିବା ପରେ ମନ୍ତ୍ରୀମାନେ ଗଣମାଧ୍ୟମ ସାମନାକୁ ଆସି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ। ସାବାସି ଗୋଟାଇଲେ। ଏହି କ୍ରମରେ ସରକାରୀ ହସ୍ପିଟାଲରେ ଲାଗି ରହିଥିବା ଡାକ୍ତର ଅଭାବ ଦୂର ପାଇଁ ୫ହଜାର ଡାକ୍ତର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ବିଜେଡି ସରକାର ସମୟରେ ମନ୍ତ୍ରୀଙ୍କ ଦେଖାମିଳୁନଥିଲା। ସରକାର ବଦଳିବା ପରେ ମନ୍ତ୍ରୀମାନେ ଗଣମାଧ୍ୟମ ସାମନାକୁ ଆସି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ। ସାବାସି ଗୋଟାଇଲେ। ଏହି କ୍ରମରେ ସରକାରୀ ହସ୍ପିଟାଲରେ ଲାଗି ରହିଥିବା ଡାକ୍ତର ଅଭାବ ଦୂର ପାଇଁ ୫ହଜାର ଡାକ୍ତର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

A3

କନକ ବ୍ୟୁରୋ : ରାଜ୍ୟରେ ସରକାର ବଦଳିବାକୁ  ଆଉ କିଛି ମାସ ପରେ ଦୁଇ ବର୍ଷ ପୁରିବ। କିନ୍ତୁ ସରକାର ଗଠନ ଆରମ୍ଭରୁ ମନ୍ତ୍ରୀମଣ୍ଡଳ ଯେମିତି ଥିଲା ସେମିତି ରହିଛି। ମଝିରେ ମଝିରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ଚର୍ଚ୍ଚା ହେଉଥିଲେ ବି ଏପର୍ଯ୍ୟନ୍ତ  ସେମିତି କିଛି ହୋଇନି । ଅନ୍ୟପଟେ ମନ୍ତ୍ରୀମାନେ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି। କିନ୍ତୁ ମନ୍ତ୍ରୀ ଦେଉଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନି। ବଦନାମ ହେଉଛନ୍ତି ସରକାର ।

ବିଜେଡି ସରକାର ସମୟରେ ମନ୍ତ୍ରୀଙ୍କ ଦେଖାମିଳୁନଥିଲା। ସରକାର ବଦଳିବା ପରେ ମନ୍ତ୍ରୀମାନେ ଗଣମାଧ୍ୟମ ସାମନାକୁ ଆସି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ। ସାବାସି ଗୋଟାଇଲେ। ଏହି କ୍ରମରେ ସରକାରୀ ହସ୍ପିଟାଲରେ ଲାଗି ରହିଥିବା ଡାକ୍ତର ଅଭାବ ଦୂର ପାଇଁ ୫ହଜାର ଡାକ୍ତର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।  ଚଳିତ ବର୍ଷ ବ୍ୟବସ୍ଥିତ ଭାବେ ମଣ୍ଡି ଚଳାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।  କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ଲାଗି ରହିଛି ମଣ୍ଡି ସମସ୍ୟା।.. ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇଦେବାକୁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି ପଞ୍ଚାୟତିରାଜ୍ ମନ୍ତ୍ରୀ ରବି ନାଏକ ।   ଲଘୁ ଖଣିଜ ସମ୍ପଦ ଲୁଟରେ ରୋକ୍ ଲଗାଇବା ପାଇଁ ଖଣିମନ୍ତ୍ରୀ ବିଭୂତି ଜେନା ଘୋଷଣା କରିଥିଲେ।। ରାଜ୍ୟରେ ବେଆଇନ ମଦ କାରବାରରେ ରୋକ୍ ଲଗାଇବା ପାଇଁ ନୂଆ ଅବକାରୀ ନୀତି ଆଣିବାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ। ହେଲେ, ମନ୍ତ୍ରୀଙ୍କ ଏତେ ସବୁ ପ୍ରତିଶ୍ରୁତି କେବଳ ଘୋଷଣାରେ ରହି ଯାଇଛି। ଗାଁ ଗଣ୍ଡାଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ, ସବୁଠି ସରକାରଙ୍କ ଧଜିଆ ଉଡୁଛି।

ଅଧିକ ପଢ଼ନ୍ତୁ : ବଜେଟରେ ବଡ଼ ନିଷ୍ପତ୍ତି ନେବେ ସରକାର ! ୩ ଲକ୍ଷ କୋଟି ଟପିବ ବଜେଟ୍‌ !

ମନ୍ତ୍ରୀ ଦେଉଥିବା ପ୍ରତିଶ୍ରୁତି ପୂରଣ ହେଉନଥିବାରୁ ସରକାର ଅପବାଦ ମୁଣ୍ଡାଉଛନ୍ତି। ବିଜେପି ସରକାର ବ୍ୟବସ୍ଥାକୁ ଠିକ୍ ଭାବରେ ଚଳାଇ ପାରୁନଥିବା ତୃଣମୂଳସ୍ତରକୁ ଖବର ଯାଉଛି। ମନ୍ତ୍ରୀ, ବିଭିନ୍ନ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲାଗୁଛି। ବିକାଶ ମୂଳକ କାର୍ଯ୍ୟ  ବାଧାପ୍ରାପ୍ତ ହେଉଛି। ଅନ୍ୟପଟେ ଅଧିକାରୀ ଧରାଛୁଆଁ ଦେଉ ନାହାନ୍ତି। ପ୍ରଶ୍ନ ଉଠୁଛି, ମନ୍ତ୍ରୀ ଘୋଷଣା କରିବା ପରେ କାହିଁକି ପୂରଣ ହେଉନି ପ୍ରତିଶ୍ରୁତି? ସରକାରଙ୍କୁ ଲୋକହସା କରୁଛି କିଏ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe