ମିଛ କହିଲେ ମନ୍ତ୍ରୀ ; ସତ ଧରାଇଦେଲା ଚାଷୀଙ୍କ ଅଭିଯୋଗ

 ବିଧାନସଭାରେ କହିଥିଲେ ଏବେ ବାହାରେ ମିଛ କହିଲେ ଯୋଗାଣ ମନ୍ତ୍ରୀ ।  କୌଣସି ଚାଷୀଙ୍କ ଟୋକନ୍ ଲାପ୍ସ ହୋଇନଥିବା କଲେ ଦାବି । ସେପଟେ ସତ ଧରାପକାଇଦେଲା କେନ୍ଦ୍ରାପଡା ଓ ଜଗତସିଂହପୁର ଚାଷୀଙ୍କ ଅଭିଯୋଗ। ଧାନ ବିକ୍ରି ହୋଇନଥିବାରୁ ଜିଲ୍ଲାପାଳଙ୍କୁ କରିଛନ୍ତି ଗୁହାରି ।  

Minister lies !

Minister lies ! Photograph: (KanakNews)

କନକ ବ୍ୟୁରୋ: ଲାପ୍ସ ହୋଇନି ଚାଷୀଙ୍କ ଟୋକନ । ଗୃହରେ ଏଭଳି  ମିଛ କହିଛନ୍ତି ମନ୍ତ୍ରୀ! ଚଳିତ ବର୍ଷ କୌଣସି ଟୋକନ ଲାପ୍ସ ହୋଇନାହିଁ, ସର୍ବାଧିକ ଧାନ ସରକାର କିଣିଛନ୍ତି। ୧୬ ଲକ୍ଷ ୮୦ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି  ।  ବିଧାନସଭାରେ ଏଭଳି ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଗୃହ ବାହାରେ ମଧ୍ୟ ଯୋଗାଣ ମନ୍ତ୍ରୀ ଟୋକନ ଲାପ୍ସ ହୋଇଥିବା କଥା ମାନି ନାହାନ୍ତି । 

ମନ୍ତ୍ରୀ ପବିତ୍ର ଗୃହ ଭିତରେ ଏବଂ ବାହାରେ କହୁଥିବା କଥା କେତେ ସତ, ସେନେଇ ବିଭିନ୍ନ ଜିଲ୍ଳାରେ ସ୍ଥିତି ପରଖିଛନ୍ତି ଆମ ଟିମ୍।  ନଜର ପକାନ୍ତୁ, ଜଗତସିଂପୁର ଜିଲ୍ଲାର ଦୁଇ ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି କଣ କହିଛନ୍ତି। .. କେନ୍ଦ୍ରାପଡା ରାଜନଗର ଅଂଚଳର ଚାଷୀଙ୍କର ମଧ୍ୟ ସମାନ ଅବସ୍ଥା | ଟୋକନ ପାଇବା ପରେ ମଧ୍ୟ ମଣ୍ଡି କର୍ମକର୍ତ୍ତା ଛୁଟି ଆଳରେ ଓ ମିଲର ନଆସିବା ଆଳ ଦେଖାଇ ଚାଷୀଙ୍କ ଧାନ କ୍ରୟ କରି ନାହାନ୍ତି | ସେପଟେ ମାର୍ଚ୍ଚ ୩୧ତାରିଖ ଅବଧି ଶେଷ ହୋଇଯିବା କାରଣରୁ ଚାଷୀ ମାନେ ଧାନ ଦେଇ ନପାରି ବ୍ୟାପକ କ୍ଷତି ସହିଥିବା ଅଭିଯୋଗ କରିଛନ୍ତି | 

ସରକାରୀ ତଥ୍ୟ ଅନୁଯାୟୀ ଚଳିତବର୍ଷ ରେକର୍ଡ ୭୪ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିଛନ୍ତି ରାଜ୍ୟ ସରକାର | ଗତବର୍ଷ ୫୮ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିଲା | ଚଳିତବର୍ଷ ଅଧିକ ୧୬ ଲକ୍ଷ ମେଟ୍ରିକ ଟନ୍ ଧାନ ବିକ୍ରି କରିଛନ୍ତି ଚାଷୀ। କିନ୍ତୁ ଯେଉଁ ଚାଷୀ ଟୋକନ ଥାଇ ବି ଧାନ ବିକ୍ରି କରିପାରି ନାହାନ୍ତି ସେମାନେ ମୁଣ୍ଡରେ ହାତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe