କନକ ବ୍ୟୁରୋ : ପଞ୍ଜୀକରଣ ଅବଧି ବୃଦ୍ଧି କରିବା ଦାବି ଭିତରେ ଧାନ ବେପାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି କୃଷି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କହିଛନ୍ତି, ଛତିଶଗଡରୁ ଧାନ ଆଣି ବେପାରୀମାନେ ଓଡ଼ିଶାରେ ବିକ୍ରି କରୁଛନ୍ତି । ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସିଧା ଜେଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।
ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ସରକାର ଇନପୁଟ୍ ସବସିଡି ବାବଦକୁ ୮୦୦ ଟଙ୍କା ଦେଉଛନ୍ତି । ତେଣୁ ବେପାରୀ ଏହାର ଫାଇଦା ଉଠାଇବାକୁ ଛତିଶଗଡ଼ରୁ ଧାନ ଉଠାଉଛନ୍ତି । ଓଡ଼ିଶାର ଅନେକ ଚାଷୀ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣୁଥିବା ବେଳେ ଛତିଶଗଡରୁ ଧାନ ଆଣି ବେପାରୀ ବିକ୍ରି କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଚାଷୀ ।