କନକ ବ୍ୟୁରୋ : ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ସମନ । ଭାରତ ସଂସଦୀୟ ସମିତ ମେଟା ସିଇଓଙ୍କୁ ସମନ ପଠାଇଥିବା ସୂଚନା ମିଛି । ମାର୍କଙ୍କୁ ତାଙ୍କର ସେହି ବୟାନକୁ ନେଇ ସମନ ପଠାଯାଇଛି ଯେଉଁଥିରେ ସେ କହିଥିଲେ କି ମହାମାରୀ କୋଭିଡ ପରିଚାଳାନରେ ଫେଲ ହୋଇଥିବାରୁ ଏଥରକ ନିର୍ବାଚନରେ ମୋଦୀ ସରକାରଙ୍କୁ ବିଶେଷ ସଫଳତା ମିଳିପାରିନି । ଭୋଟରଙ୍କ ଆସ୍ଥା ଓ ବିଶ୍ବାସ ହରାଇଛି ଦଳ । ଏଥିସହ ସେ ଅନ୍ୟ କିଛି ରାଷ୍ଟ୍ରର ନିର୍ବାଚନ ଉଦହାରଣ ମଧ୍ୟ ଦେଇଥିଲେ । ତେବେ ଏହାକୁ ସହଜରେ ହଜମ କରିପାରିନି ଭାରତ । ବୟାନ ଉପରେ ସ୍ପଷ୍ଟିକରଣ ରଖିବା ସହ କ୍ଷମା ମାଗିବାକୁ ଭାରତୀୟ ସଂସଦୀୟ ସମିତି ସମନ ପଠାଇଛି । ଏନେଇ ବିଜେପି ସାଂସଦ ତଥା କମ୍ୟୁନିକେଶନ ଇନଫରମେସନ ଟେକ୍ନୋଲେଶନାର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ସୂଚନା ଦେଇଛନ୍ତି । ୨୦୧୯ କୋଭିଡ ମହାମାରୀ ବିରୋଧରେ ସରକାରଙ୍କ ମୁକାବିଲା ଦୁର୍ବଳ ଥିଲା ତେଣୁ ଜନତା ଏଥରକ ତାଙ୍କ ପ୍ରତି ଆଉ ଆସ୍ଥା ପ୍ରକାଶ କଲେନି ।ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଏକ୍ସରେ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଭିତିହୀନ ବୟାନବାଜିଠୁ ଦୁରେଇ ରହିବାକୁ ମାର୍କଙ୍କୁ ପରାମର୍ଶ ତାଗିଦ କରିଛନ୍ତି । ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ୨୦୨୪ ପୂରା ବିଶ୍ୱରେ ଏକ ବଡ଼ ନିର୍ବାଚନୀ ବର୍ଷ ଥିଲା। ଭାରତ ସମେତ ଅନେକ ଦେଶରେ ଏହି ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହି ସବୁ ଦେଶରେ ଶାସନରେ ଥିବା ସରକାର ମୁଦ୍ରାସ୍ଫିତି ପାଇଁ ହେଉ ବା କୋଭିଡ ମହାମାରୀ ସମୟରେ ଦୁର୍ବଳ ପରିଚାଳନା ପାଇଁ ଏହି ନିର୍ବାଚନରେ ଏକ ପ୍ରକାର ହାରିଯାଇଛନ୍ତି।