କନକ ବ୍ୟୁରୋ: ରାଜ୍ୟରେ ଖଣିଜ ପଦାର୍ଥ ଲୁଟର ସର୍ଦ୍ଦାର ସାଜିଛନ୍ତି ରାଜ୍ୟ ସରକାର । ଶାସକ ଦଳର ବିଧାୟକମାନଙ୍କ ମାଧ୍ୟମରେ ଏହାର ନେଟୱାର୍କ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଛି । ସକାଳୁ ସନ୍ଧ୍ୟା, ସମସ୍ତେ ଏହାର ଲୁଟରେ ମାତିଛନ୍ତି । କିଛି ଏଭଳି କଥା କହି ଆଜି ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ୍ କରିଛି ବିଜେଡି ।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ, ମୁଖ୍ୟ ଶାସନ ସଚିବ ଏକ ବୈଠକରେ ଖଣି ଲୁଟ୍ କମାଇବାକୁ ଗୁରୁତ୍ୱ ଦେଲେ। ହେଲେ ଖଣିର ଲୁଟ ରୋକିବା ପାଇଁ ଦୁର୍ନୀତିର ଉତ୍ସକୁ ଛାଡ଼ିଗଲେ। ଏ ସରକାର ଆସିଲା ପରେ ବାଲି ଟ୍ରକ୍ ଦାମ ୩୦ ପ୍ରତିଶତ ବଢିଛି। ଏ ସରକାରରେ ବାଲି ଗୋଡିର ଦର ମଧ୍ୟ ବଢିଛି । ମାଫିଆମାନେ ବହୁତ ପରିମାଣର ଚାନ୍ଦା ବଢାଇଛନ୍ତି । ଏ ସରକାର ମାଫିଆଙ୍କ କବଳରେ ରହିଛି ବୋଲି କହିଛନ୍ତି ଗୌତମବୁଦ୍ଧ ଦାସ ।
ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ଖଣି ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯେଉଁଠି ବେଆଇନ ଖଣି ଖୋଳା ଚାଲିଛି, ସେଠାରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଖଣି ମାଫିଆ ଦିନରେ ଚୋରି କରୁଛନ୍ତି। ଏହାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦୁଝରରେ ସର୍ବାଧିକ ଚୋରା ଖଣି କାରବାର ହେଉଛି। ଏହାର ଟଙ୍କା ବିଧାୟକଙ୍କ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛି। ସରକାରୀ ଦଳର ବିଧାୟକମାନେ ଖଣିରୁ ଚାନ୍ଦା ନେଉଛନ୍ତି। କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଶହ ଶହ ଖଣି ମାଫିଆ ତିଆରି କରି ସାରିଲେଣି ବୋଲି କହିଛନ୍ତି ବ୍ୟୋମକେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/17/jgprMtSRma6lGpEw8uN6.jpg)