ବିଧାନସଭାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସର୍ଯ୍ୟବଂଶୀଙ୍କ ସୂଚନା । ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ କରାଯିବ ସଂଶୋଧନ

Advertisment

ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱାୟତତା ବଜାୟ ରଖିବା ପାଇଁ, ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯିବ। ସିନେଟ ପୁନଃସ୍ଥାପିତ ହେବ, ଏ ନେଇ ସରକାର ବିଚାର କରୁଥିବା କହିଛନ୍ତି ମନ୍ତ୍ରୀ।

ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱାୟତତା ବଜାୟ ରଖିବା ପାଇଁ, ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯିବ। ସିନେଟ ପୁନଃସ୍ଥାପିତ ହେବ, ଏ ନେଇ ସରକାର ବିଚାର କରୁଥିବା କହିଛନ୍ତି ମନ୍ତ୍ରୀ।

571

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ କରାଯିବ ସଂଶୋଧନ। ବିଧାନସଭାରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ। ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱାୟତତା ବଜାୟ ରଖିବା ପାଇଁ, ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯିବ। ସିନେଟ ପୁନଃସ୍ଥାପିତ ହେବ, ଏ ନେଇ ସରକାର ବିଚାର କରୁଥିବା କହିଛନ୍ତି ମନ୍ତ୍ରୀ। ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ। ସେହିପରି ରାଜ୍ୟରେ ଶିକ୍ଷକ ଛାତ୍ର ଅନୁପାତ ଆଧାରରେ୫୬୯୯ଟି ସ୍କୁଲ ରହିଛି। ସେଥିରୁ ୪୧୮୩ ଟି ପ୍ରାଥମିକ ଓ ୧୫୧୬ଟି ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି। ୟୁଡ଼ାଇଜ ତଥ୍ୟ ଅନୁସାରେ ରାଜ୍ୟରେ ସ୍କୁଲ ରହିଛି। ଯେଉଁ ସବୁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି, ସେଠାରୁ ଶିକ୍ଷକ ମାନଙ୍କୁ ଜିଲ୍ଲା ସ୍ତରୀୟ ବଦଳି କରି, ଶିକ୍ଷକ ଆବଶ୍ୟକ ଥିବା ସ୍କୁଲ ଗୁଡିକରେ ନିଯୁକ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ କହିଛନ୍ତି। ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe