କନକ ବ୍ୟୁରୋ: ବାତ୍ୟାକୁ ନେଇ ରାଜ୍ୟସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । କହିଲେ, ଆଜି ସକାଳୁ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା । ସ୍ଥାନାନ୍ତର ସୂର୍ଯ୍ୟାସ୍ତ ପୂର୍ବରୁ ଶେଷ ପାଇଁ ନିର୍ଦ୍ଦେଶ ରହିଛି । ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ ସେଣ୍ଟର ଆସିବା ପାଇଁ ସମସ୍ତଙ୍କୁ ନିବେଦନ । ୫,୫୦୦ ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇ ରହିଛି । ବାତ୍ୟା ଦିଗ ବଦଳାଇଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ୧୩ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପଡିବ । ଆଗୁଆ ପଦକ୍ଷେପ ନିଆଯାଇଛି । ୬ଟି ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ ଓ ଯାଜପୁର । ଭଦ୍ରକ ଓ ଯାଜପୁର ବେଶୀ ପ୍ରଭାବିତ ହେବା ସମ୍ଭାବନା । କ୍ୟାବିନେଟ ବୈଠକରେ ବାତ୍ୟା ସମ୍ପର୍କରେ ଆଲୋଚନା ଅଛି । ସଚିବମାନେ ଅବଗତ କରିବେ । ସନ୍ଧ୍ୟା ୬ ଟାରେ ଏସଆରସିଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ରିଲିଫ ସେଣ୍ଟରରେ ସବୁ ପ୍ରସ୍ତୁତି ସରିଛି ।