‘ଦାନା’ର ମୁକାବିଲା ଆମ ପାଇଁ ପରୀକ୍ଷା । ସୁରକ୍ଷିତ ରଖି ଅନ୍ୟକୁ ସୁରକ୍ଷା ଦେବାକୁ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment

ବାତ୍ୟା ପୂର୍ବରୁ ଅଗ୍ନିଶମ ବାହିନୀ ସହ ଆଲୋଚନା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।  କହିଛନ୍ତି, ପ୍ରତ୍ୟେକ ପ୍ରାକୃତିକ ବିପର୍ୟ୍ୟୟ ଆମକୁ ଶିକ୍ଷା ଦେଇଛି । ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାର ଶକ୍ତି ଓଡ଼ିଶା ପାଖରେ ରହିଛି ।

Updated On

ବାତ୍ୟା ପୂର୍ବରୁ ଅଗ୍ନିଶମ ବାହିନୀ ସହ ଆଲୋଚନା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।  କହିଛନ୍ତି, ପ୍ରତ୍ୟେକ ପ୍ରାକୃତିକ ବିପର୍ୟ୍ୟୟ ଆମକୁ ଶିକ୍ଷା ଦେଇଛି । ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାର ଶକ୍ତି ଓଡ଼ିଶା ପାଖରେ ରହିଛି ।

ଅଦ୍ୟତନ ହୋଇଛି
Screen Shot 2024-10-22 at 6.02.39 PM

କନକ ବ୍ୟୁରୋ: ପାରାଦୀପଠାରୁ ଆଉ ୭ଶହ କିମି ଦୂରରେ ଅଛି ବାତ୍ୟା ‘ଦାନା’ । ବାତ୍ୟାକୁ ନେଇ ପ୍ରସ୍ତୁତ ଅଛି ଅଗ୍ନିଶମ ବିଭାଗ । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଅଗ୍ନିଶମ ବାହିନୀ । ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ସହ ଅଗ୍ନିଶମ ବାହିନୀ ବାତ୍ୟାର ମୁକାବିଲା କରିବ । ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ବି ବାତ୍ୟା ସମୟରେ ପ୍ରମୁଖ ଭୁମିକା ନିର୍ବାହ କରିବ ଅଗ୍ନିଶମ ବିଭାଗ । ଏହାପୂର୍ବରୁ ୧୦ଟି NDRF ଟିମ୍ ନିଜ ନିଜ ସ୍ଥାନରେ ପହଞ୍ଚି ସାରିଛନ୍ତି । ଆହୁରି ୧୦ ଟିମ୍ ବାତ୍ୟା ପାଇଁ ନିୟୋଜିତ ହେବେ । ଏହାଛଡ଼ା ୫ଟି NDRF ଟିମ ଭାଟିଣ୍ଡାରୁ ଆସି ପହଞ୍ଚିବେ । ବାତ୍ୟା ପୂର୍ବରୁ ଅଗ୍ନିଶମ ବାହିନୀ ସହ ଆଲୋଚନା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ଶିକ୍ଷା ଦେଇଛି । ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାର ଶକ୍ତି ଓଡ଼ିଶା ପାଖରେ ରହିଛି । ବାତ୍ୟା ‘ଦାନା’ର ମୁକାବିଲା କରିବା ଆମ ପାଇଁ ଏକ ପରୀକ୍ଷା । ବାତ୍ୟା ମୁକାବିଲା ବେଳେ ନିଜକୁ ସୁରକ୍ଷିତ ରଖି ଅନ୍ୟକୁ ସୁରକ୍ଷା ଯୋଗାଇ ଦିଅନ୍ତୁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe