କନକ ବ୍ୟୁରୋ: ବାତ୍ୟା ଦୁର୍ବଳ ହୋଇଯାଇଛି , ହେଲେ ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଦେଇ ଯାଇଛି । ଏଭଳି ସ୍ଥିତିରେ ସେଠାରେ ଜୋରଦାର ଚାଲିଛି ଉଦ୍ଧାର କାର୍ଯ୍ୟ  । କେତେ ଶୀଘ୍ର ରାସ୍ତାଘାଟ ସଫା ହେବ, ଭାଙ୍ଗିପଡିଥିବା ଗଛସବୁ କଟା ହେବ ସେନେଇ ତତ୍ପର ଅଛନ୍ତି ଏନଡିଆରଏଫ୍ ଟିମ୍ । ଏନଡିଆରଏଫ୍ , ଓଡ୍ରାଫ୍ ଟିମ୍ ସହ ସ୍ୱାସ୍ଥ୍ୟ ବିଭାଗ, ଶକ୍ତି ଓ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । 
 

Advertisment

ୟା ଭିତରେ ରାଜନଗରର ଆଶାଦିଦି ଶିବାନୀ ମଣ୍ଡଳଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି । କହିଛନ୍ତି , ବର୍ଷା ପବନ ଭିତରେ ନିଜ ସୁରକ୍ଷା କଥା ନଭାବି ଯେଉଁଭଳି ଭାବେ ୭ ଜଣ ବୟସ୍କଙ୍କୁ କାନ୍ଧରେ ବୋହି ୧ କିଲୋମିଟର ଦୂର ବାତ୍ୟା ଆଶ୍ରୟ ସ୍ଥଳକୁ ବୋହିନେଲେ ତାହାକୁ ଯେତେ ପଶଂସା କଲେ ବି କମ୍ ହେବ । ତାଙ୍କର ଏଭଳି କାମ ସମସ୍ତଙ୍କ ପାଇଁ ଉଦାହରଣ । ଶିବାନୀ ଦିଦିଙ୍କ କାର୍ଯ୍ୟ ଓଡିଆ ଅସ୍ମିତାର ପରିଚୟ ଦେଇଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

ବାତ୍ୟା ଦୁର୍ବଳ ହୋଇଯାଇଛି , ହେଲେ ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଦେଇ ଯାଇଛି । ଏଭଳି ସ୍ଥିତିରେ ସେଠାରେ ଜୋରଦାର ଚାଲିଛି ଉଦ୍ଧାର କାର୍ୟ୍ୟ  । ୟା ଭିତରେ ରାଜନଗରର ଆଶାଦିଦି ଶିବାନୀ ମଣ୍ଡଳଙ୍କ କାର୍ୟ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।