କନକ ବ୍ୟୁରୋ: କିଟ୍‌ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ହେବ କାର୍ୟ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ  । 

Advertisment

ମନ୍ତ୍ରୀ କହିଛନ୍ତି, କମଟି ଯେଉଁ ମାନଙ୍କୁ ଏହି ଘଟଣାରେ ସମନ କରିଥିଲା, ସେମାନେ ପକ୍ଷ ରଖିଛନ୍ତି । ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଯାହା ପଚାରିବାର ଥିଲା ତାକୁ ରେକର୍ଡ କରି ରଖାଯାଇଛି। ଯେଉଁ ନିଷ୍କର୍ଷ ଆସିବ, ସେହି ଅନୁସାରେ କାର୍ୟ୍ୟାନୁଷ୍ଠାନ ନେବେ ସରକାର  । ଏହା ସହ ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ତା ଭିତରେ ବାଉନସର, ଟ୍ରେନର, ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ବି ଚାଲିଛି। ସିସିଟିଭି ଫୁଟେଜ ଫରେନ୍‌ସିକ୍ ଲ୍ୟାବକୁ ଯାଇଛି। ଫରେନ୍‌ସିକ୍ ଲ୍ୟାବରୁ ଆସିଥିବା କପି ଉପରେ ଯାଞ୍ଚ ହେଉଛି। ଏହି ଘଟଣାରେ କିଟ୍‌ ବିଶ୍ବବିଦ୍ୟାଳୟର ଯେଉଁ ଦୁଇ ମହିଳାଙ୍କ ଭିଡ଼ିଓ ସାମ୍ନାକୁ ଆସିଥିଲା ସେ ଦୁଇ ଜଣ ସସପେଣ୍ଡ ହୋଇଛନ୍ତି। ଉଚ୍ଚସ୍ତରୀୟ ଯାଞ୍ଚ କମିଟି ସମନ କରିଥିବା ଦୁଇ ମହିଳା ମଧ୍ୟ ନିଜର ପକ୍ଷ ରଖିଛନ୍ତି। ବର୍ତ୍ତମାନ ଯେଉଁ ଅଡିଓ ସାମ୍ନାକୁ ଆସିଛି, ସେ ଅଡିଓର ସତ୍ୟାସତ୍ୟ ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ଭଏସ ସ୍ପେକଟ୍ରଗ୍ରାଫି ଆଧାରରେ ତଦନ୍ତ କରାଯାଉଛି। ଯଦି ତାହା ସତ ହୋଇଥାଏ। ତେବେ ଆଇଟି ଆକ୍ଟ ବି ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।