କନକ ବ୍ୟୁରୋ: ବିଭିନ୍ନ ସ୍ଥାନରେ ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ କଟନୀ ଛଟନୀ ଓ ଅନ୍ୟ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାରି ଭିତରେ ଧାନ ସଂଗ୍ରହକୁ ନେଇ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି, ଧାନ ସଂଗ୍ରହ ଠିକ୍ ଚାଲିଛି। କାଁ ଭାଁ କେଉଁଠି ସମସ୍ୟା ହେଉଛି। କିଛି ନେତା ଲୋକଙ୍କୁ ଜାଣିଶୁଣି ଉସୁକାଉଛନ୍ତି। ଭଲ ଧାନ ଆଣିଲେ ୨୪ ଘଣ୍ଟା ନୁହେଁ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ। କିନ୍ତୁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର। ଧାନ ଅତି ଖରାପ ହୋଇଥିଲେ ସଂଗ୍ରହ କରାଯିବ ନାହିଁ। ଏହି ଖରାପ ଧାନ ମାକେର୍ଟରେ ଚାଲିବ ନାହିଁ। ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନ କ୍ଷେତ୍ରରେ ସରକାର କ୍ଷତିପୂରଣ ଦେଉଛନ୍ତି। ଟଙ୍କା ଦିଆଯିବା ପରେ କ୍ଷତିଗ୍ରସ୍ତ ଚାଉଳକୁ ସରକାର କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପର୍ୟ୍ୟନ୍ତ ୨୩ ଲକ୍ଷ ମେଟ୍ରିକ ଧାନ କିଣା ସରିଛି । କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ । ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।
ଅନ୍ୟପଟେ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟାକୁ ଟାର୍ଗେଟ କରିଛନ୍ତି ବିରୋଧୀ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ। କହିଛନ୍ତି, ଧାନ ନକିଣିବା ପାଇଁ ୠଇଛ ମାନକୁ ଆଳ କରାଯାଇଛି କ୍ଷ ଚାଷୀ ଅଭାବୀ ଧାନ ବିକ୍ରି କରୁଛି । ଏଯାଏଁ ସରକାର ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି, ଏବେ ୬୦ ପ୍ରତିଶତ କିଣାଯିବା କଥା । ପ୍ରକୃତରେ ଧାନ କିଣିବାରେ ସରକାର ବିଫଳ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/10/Aveb220Zhej2EzHu6JBj.jpg)