କନକ ବ୍ୟୁରୋ: ମଣ୍ଡି ବୁଲିଲେ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାରାଥନ ସମୀକ୍ଷା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୫ ଘଣ୍ଟାର ମାରାଥନ ସମୀକ୍ଷା କରିଛନ୍ତି। ରାୟଗଡା ଦିନିକିଆ ଗସ୍ତ କରିଥିବା ବେଳେ ଉଭୟ ମନ୍ତୀ ରାୟଗଡା ଉପକଣ୍ଠ ଜମାଦେଇ ପେଣ୍ଠ ମଣ୍ଡି ବୁଲି ସ୍ଥିତ ପରଖିବା ସହ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ଥରୀୟ ସମୀକ୍ଷା ବୈଠକ କରିଛନ୍ତି । ଉକ୍ତ ସମୀକ୍ଷା ବୈଠକ ଦୀର୍ଘ ୫ ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ ଜିଲ୍ଲାର ୨୪ ଟି ବିଭାଗର ସମୀକ୍ଷା କରାଯାଇ ସରକାରଙ୍କ ଯୋଜନା ଲୋକାଭିମୁଖୀ କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ।