କନକ ବ୍ୟୁରୋ: ହାତରେ କୋଦାଳ ଧରି ସ୍ଵଚ୍ଛତା ଅଭିଯାନରେ ସାମିଲ ହେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ସକାଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଉମରକୋଟ ଭାଲୁଗୁଡା ପୋଖରୀ ଅପରିଷ୍କାର ହୋଇ ପଡ଼ିରହିଥିବା ତାଙ୍କ ନଜରକୁ ଆସିଥିଲା । ପରେ ସେ ନିଜେ ପୋଖରୀ ସଫା କରିବା ପାଇଁ ବାହାରିଥିଲେ। ପୋଖରୀ ଚାରି ପାଖରେ ଉଠିଥିବା ଅନାବନା ଗଛକୁ ସଫା କରିବା ସହ ପାଣିରେ ପଡ଼ିଥିବା ଅଳିଆ ମଧ୍ୟ ସଫା କରିଛନ୍ତି। ଏହା ପାରେ ସ୍ଥାନୀୟ କିଛି ଯୁବକ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ମନ୍ତ୍ରୀଙ୍କ ଏଭଳି କାମକୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us