କନକବ୍ୟୁରୋ : ଅନ୍ତେବାସୀ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକ ମନ୍ତ୍ରୀ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ,ଓଡ଼ିଶାରେ ୧୪୭ ବିଧାୟକ ଅଛନ୍ତି । ଜଣେ ଜଣେ ବିଧାୟକ ଯଦି ୫ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବେ ତେବେ ୫୦୦ରୁ ଉର୍ଦ୍ଧ ପିଲାଙ୍କ ଭାଗ୍ୟ ପରିବର୍ତନ ହୋଇଯିବ । ଏ ନେଇ ବିଭାଗ ନିଷ୍ପତି କରିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁମାନେ ପ୍ରତିଭାର ଅଧିକାରୀ ସେମାନେ ସାହାଯ୍ୟ ପାଇବା ପରେ ଭଲ ପ୍ରଦର୍ଶନ କରୁଛନ୍ତି । ଯେଉଁମାନଙ୍କ ପାଇଁ ଦରକାର ଅଛି ସେମାନଙ୍କର ଏକ ଲିଷ୍ଟ ତିଆରି ହୋଇଛି ଏବଂ ଅନୁରୋଧ କରିବି ମୋ ବିଭାଗ କୁ ଚାଇଲ୍ଡ ପ୍ରୋଟେକ୍ସନରେ ନିଯୁକ୍ତି ସୁଯୋଗ ଅଛି ।
ଏ ହୋମରେ ପିଲାଙ୍କୁ ଗୁରୁତ୍ଵ ସହ ନିଯୁକ୍ତି ଦେବେ ରାଜ୍ୟ ସରକାର । ଏ ନିଷ୍ପତିକୁ କେହି ମନା କରିବେନି , ମନ୍ତ୍ରୀ ମାନେ ଆଗକୁ ଆସିବେ ପିଲାମାନଙ୍କୁ ଏକ ଭଲ ଭବିଷ୍ୟତ ଦେଇ ପାରିବେ । ସରକାର ପ୍ରୟାସ କରୁଛନ୍ତି ଅନ୍ୟ ମାନଙ୍କ ସହଜୋଗ ମିଳିଲେ ଏ ମହକ ସାରା ବିଶ୍ୱରେ ଚମକିବ । ଏ ପିଲା ମାନେ ସରକାରଙ୍କର ପୋଷ୍ୟ ସନ୍ତାନ। ମିଶନ ବାତ୍ସଲ୍ୟ, ପିଏମ୍ କେୟାର ୮ ହଜାରରୁ ଉର୍ଦ୍ଧ୍ଵ ପିଲାଙ୍କୁ ୨୨୫ ଟି ହୋମରେ ରଖି ପାରୁଛି । ଆମ ପାଖରେ ଥିବା ୮ ହଜାରରୁ ଉର୍ଦ୍ଧ୍ଵ ପିଲାଙ୍କ ମଧ୍ୟରେ ରହିଛି ଅଦ୍ୟମ ସାହସ , ଉତ୍ସାହ ଓ ପ୍ରତିଭା କୁ ସେମାନେ ପ୍ରଦର୍ଶନ କରିବେ ପୁରସ୍କୃତ ହେବେ । ୫ ଦିନ ଧରି ଚାଲିବ ଏହି କାର୍ୟ୍ୟକ୍ରମ। ସରକାର ଏମାଙ୍କଙ୍କୁ ଉଚ୍ଚଶିକ୍ଷା ଓ ନିଯୁକ୍ତି ଯୋଗାଇ ଦେବେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/26/4p2rj7MUoyH4wGoR9r18.jpg)