କନକ ବ୍ୟୁରୋ: ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଜମି ଅଡ଼ୁଆ । ମନ୍ତ୍ରୀଙ୍କ ଜମି ଠକେଇ ଅଭିଯୋଗ ଆଧାରରେ ବଣସିଂ ଗାଁର ନିରଞ୍ଜନ ଶତପଥୀଙ୍କୁ ଗିରଫ କରିଛି ଢେଙ୍କାନାଳ ପୁଲିସ୍ । ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୨୧ରେ ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାରଠାରେ ୮୨ ଏକର ପରିମିତ ଏକ ଜମି କିଣିବା ପାଇଁ ନିରଞ୍ଜନଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ କୃଷ୍ଣ ପାତ୍ର । ଅଭିଯୋଗ ଅନୁସାରେ ଜମିର ସଠିକ କାଗଜପତ୍ର ଦେଖାଇ ଭରସା ଜିତିଥିଲେ ନିରଞ୍ଜନ, ଆଉ ସେଥିପାଇଁ ୨୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ କୃଷ୍ଣ ପାତ୍ର । କିନ୍ତୁ ପରବର୍ତ୍ତୀ ସମୟରେ ବେଆଇନ ଜମି ହୋଇଥିବାରୁ ରେଜିଷ୍ଟ୍ରେସନ ହୋଇପାରିଲା ନାହିଁ । ଟଙ୍କା ଫେରସ୍ତ ପାଇଁ ଦାବି କଲେ ମଧ୍ୟ ନିରଞ୍ଜନ ଫେରାଉ ନଥିଲେ । ଏହାକୁ ଭିତ୍ତି କରି ଗତ ୨୬ ତାରିଖରେ ଢେଙ୍କାନାଳ ଟାନ ଥାନାରେ ଏତଲା ଦେଇଥିଲେ ମନ୍ତ୍ରୀ କୃଷ୍ଣ ପାତ୍ର । ହେଲେ ନିରଞ୍ଜନ ଗିରଫ ହେବା ପରେ ମନ୍ତ୍ରୀଙ୍କ ଜମି ଅଡ଼ୁଆ ବଢ଼ିଛି ।
ଏହାର କାରଣ ହେଉଛି, ୨୦୨୪ ବିଧାନସଭା ନିର୍ବାଚନ ସମୟରେ କୃଷ୍ଣ ପାତ୍ର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ୨୦୧୯-୨୦ ଓ ୨୦୨୦-୨୧ରେ ତାଙ୍କ ପାଖରେ ମୋଟ୍ ୭ ଲକ୍ଷ ୩୫ ହଜାର ୮୯୦ ଟଙ୍କା ଥିଲା । ହେଲେ ମନ୍ତ୍ରୀ କିନ୍ତୁ ଏଫଆଇଆର କପିରେ ଅଭିଯୋଗ କରିଛନ୍ତି, ସେହି ୨୦୨୧ରେ ବଣସିଂ ଗାଁର ନିରଞ୍ଜନ ଶତପଥୀଙ୍କୁ ଜମି କିଣା ବାବଦକୁ ଅଗ୍ରୀମ ୨୫ ଲକ୍ଷ ଟଙ୍କା ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, କୃଷ୍ଣ ପାତ୍ରଙ୍କ ପାଖରେ ଏହି ୨୫ ଲକ୍ଷ ଟଙ୍କା ଆସିଲା କୁଆଡ଼ୁ । ନିର୍ବାଚନ ଅଧିକାରୀଙ୍କ ପାଖରେ କୃଷ୍ଣ ପାତ୍ର ଦାଖଲ କରିଥିବା ସତ୍ୟପାଠରେ ମିଥ୍ୟା ତଥ୍ୟ ଉଲ୍ଲେଖ କରିଥିଲେ କି? ଯଦି ଏକଥା ସତ ହୋଇଥାଏ, ତାହେଲେ ସାଂଘାତିକ । ମିଥ୍ୟା ପାଠ ଦେଇଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/07/31/krushna-patra-2025-07-31-19-17-25.jpg)