କନକ ବ୍ୟୁରୋ: ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବେଶ୍ ସୁରୁଖୁରୁରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ଗନ୍ଧମାର୍ଦ୍ଦନ ପ୍ରସଙ୍ଗକୁ ନେଇ ବିରୋଧୀ ମୁଲତବି ପ୍ରସ୍ତାବ ଆଣିବା ପରେ ଗୃହରେ ଉଠିଥିଲା କନ୍ଧମାଳରେ ଆମ୍ବଟାକୁଆ ଜନିତ ମୃତ୍ୟୁ ପ୍ରସଙ୍ଗ । 

Advertisment


 ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଯାଉ ଖାଇ ୩ ଜଚ୍ଚଙ୍କ ଜୀବନ ଗଲା ତାହା ଅନାହାର ମୃତ୍ୟୁ ନୁହେଁ ।  ମୃତକଙ୍କ ଘରକୁ ଅଧିକାରୀମାନେ ଯାଇ ନିରୀକ୍ଷଣ କରିବା ପରେ ଜଣାପଡିଛି ଯେ, ସେମାନଙ୍କ ଘରେ ଯଥେଷ୍ଟ ପରିମାଣର ରାସନ ମହଜୁଦ ଥିଲା ।  ବିନା ଇ କେୱାଇସିରେ ସେମାନଙ୍କୁ ବି ରାସନ ଦିଆଯାଇଛି  । ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ଯେ, ଖାଦ୍ୟ ବିଷକ୍ରିୟା ପାଇଁ ୩ ଜଣଙ୍କ ଜୀବନ ଯାଇଛି ।   ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ବି ଦିଆଯାଇଛି  । 
 

ଏସବୁ ପରେ ବି ଏଭଳି ଅକାଳ ମୃତ୍ୟୁକୁ ରୋକିବାକୁ  ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ସରକାର କିଛି ପଦକ୍ଷେପ ନେଇଛନ୍ତି  । ଏଣିକି ୪୫ ଦିନ ପୂର୍ବରୁ ହିତାଧିକାରୀମାନଙ୍କୁ ଚାଉଳ ମିଳିବ । ଦୁର୍ଗମ ଅଞ୍ଚଳରେ ରାସନ କେନ୍ଦ୍ର ବଢାଯିବ ଏବଂ  ମାସେରୁ ୨ ମାସର ରାସନ ଏକାଥରେ ଦିଆଯିବ ବୋଲି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।