ରାସନକାର୍ଡ ପାଇଁ ଇ-କେୱାଇସି ଦ୍ୱନ୍ଦ୍ୱ । ଅପେକ୍ଷା କରିଛନ୍ତି ୧୦ ଲକ୍ଷ ହିତାଧିକାରୀ ।

Advertisment

ରାସନକାର୍ଡ ବଳବତ୍ତର ରଖିବାକୁ ହେଲେ ମାସେ ଭିତରେ ଇ-କେୱାଇସି କରିବାକୁ ହେବ। ନହେଲେ କଟିଯିବ। ଏହାକୁ କିନ୍ତୁ ଖାରଜ କରିଛନ୍ତି ମନ୍ତ୍ରୀ।

ରାସନକାର୍ଡ ବଳବତ୍ତର ରଖିବାକୁ ହେଲେ ମାସେ ଭିତରେ ଇ-କେୱାଇସି କରିବାକୁ ହେବ। ନହେଲେ କଟିଯିବ। ଏହାକୁ କିନ୍ତୁ ଖାରଜ କରିଛନ୍ତି ମନ୍ତ୍ରୀ।

rationn

କନକ ବ୍ୟୁରୋ: ଇ-କେୱାଇସି ଭରିନପାରିବାରୁ ହିତାଧିକାରୀଙ୍କୁ ମିଳିପାରୁନି ରାସନ କାର୍ଡ । ଆଉ ବଢିଚାଲିଛି ଦ୍ବନ୍ଦ୍ୱ ।   ବିଧାନସଭାର ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ  ସରକାରଙ୍କୁ ଘେରିଛି କଂଗ୍ରେସ ।  ମାସେ ହେଲା ୧୦ ଲକ୍ଷରୁ ଅଧିକ ହିତାଧିକାରୀ  ରାସନ କାର୍ଡ ପାଇବା ପାଇଁ  ଅପେକ୍ଷା କରିଛନ୍ତି । କିନ୍ତୁ କେୱାଇସି ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି । କଂଗ୍ରେସ ବିଧାୟକ ଅଶୋକ ଦାସ ଓ ସୋଫିଆ ଫିର୍ଦ୍ଦୋଶ ହିତାଧିକାରୀ କେବେ ରାସନ କାର୍ଡ ପାଇବେ ବୋଲି ପ୍ରଶ୍ନ କରିଛନ୍ତି । ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଯାଂଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ । 

ଇ-କେୱାଇସି ନ ଦେଲେ କାର୍ଡ କଟିବା ଭୟ ।  ବିଧାନସଭାରେ  ସରକାର କଲେ ଆଶ୍ବସ୍ତ । ସାଧାରଣ ବଂଟନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଇ-କେୱାଇସିକୁ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । 

ଏହାକୁ ଶୀଘ୍ର ନଭରିଲେ ଲୋକଙ୍କ ମଧ୍ୟରେ ରାସନ କାର୍ଡ କଟିବା ଭୟ ସୃଷ୍ଟି ହୋଇଛି । ତେବେ ଖାଉଟିକଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଇ-କେୱାଇସିର କୌଣସି ନିର୍ଦିଷ୍ଟ ସମୟସୀମା ନାହିଁ । ମାସେ ଭିତରେ ଏହା କରି ନପାରିଲେ ରାସନ କାର୍ଡ କଟିବ ନାହିଁ । ବିଧାନସଭାରେ ସରକାରଙ୍କ ବୟାନ ପରେ ରାସନକାର୍ଡ ନେଇ ହିତାଧିକାରୀଙ୍କ ମଧ୍ୟରେ ଥିବା ଭୟ ଦୂର ହେବା ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe