କନକ ବ୍ୟୁରୋ : କନକ ନ୍ୟୁଜର ଅପରେସନ ପାର୍ଟ-୨ର ମହାପ୍ରଭାବ । ରତନସରାରେ ଥିବା ୧୦ରୁ ଅଧିକ ଖଣି ଉପରେ ଚଢାଉ । ଚଢାଉ ବେଳେ ଜଙ୍ଗଲରୁ ମିଳିଲାଣି ଷ୍ଟକୟାର୍ଡ । ଗଚ୍ଛିତ ହୋଇ ରହିଛି ହଜାର ହଜାର ଟନ୍ କୋଇଲା ।
ପୁଣି ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ରତନସରା ଖଣିରେ ବଡ ରେଡ୍ ଦେଖିବାକୁ ମିଳିଛି । ତେଲେନଡିହି ପରେ ରତନସରା ଖଣିରେ ରେଡ୍ ହୋଇଛି । ଉପଜିଲ୍ଲାପାଳ, ପୋଲିସ, ତହସିଲ ଟିମ ଚଢାଉ କରିଛନ୍ତି । ୧୦ରୁ ଅଧିକ ଖଣି ଉପରେ ଚଢାଉ କରାଯାଇଛି, ଏବଂ ଟନ୍ ଟନ୍ କୋଇଲା ଜବତ କରାଯାଇଛି । ଖଣି ଚୋରି କରି ବେଆଇନ୍ ଭାବେ ଚାଲିଥିଲା ଚାଲାଣ । ଏହି ଘଟଣା ସାମ୍ନାକୁ ଆସିବା ପରେ ଏତେ ମାତ୍ରାରେ କୋଇଲା ଜବତ ହୋଇଛି ସତ, କିନ୍ତୁ ପ୍ରଶ୍ନ ଉଠୁଛି ଏପରି କେବେଠୁ ଚାଲିଆସୁଛି? ଖଣି ଚୋରି ପଛରେ କାହାର ହାତ ରହିଛି? ଯଦି ଏବେ ଏତେ ମାତ୍ରାରେ କୋଇଲା ଜବତ ହୋଇଛି ତେବେ ପୂର୍ବରୁ କେତେ କୋଇଲା ଚୋରା ଚାଲାଣ ହୋଇନଥିବ ବୋଲି ପ୍ରଶ୍ନ ଉଠୁଛି ।