ବାଲି ମାଫିଆଙ୍କଠାରୁ ଲାଞ୍ଚ ନେଉଥିଲେ ; ଭାଇରାଲ ହେଲା ଭିଡିଓ

ଲାଞ୍ଚ ନେଇ ଧରା ପଡିଲେ ବାବୁ । କେନ୍ଦ୍ରାପଡ଼ାରେ ବାଲିମାଫିଆଙ୍କ ଠାରୁ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ।

bribe

bribe Photograph: (KanakNews)

କନକ ବ୍ୟୁରୋ: ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ଲାଞ୍ଚ ନେଉଥିବା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଅଧିକାରୀ । କେନ୍ଦ୍ରାପଡ଼ାରେ ଜଣେ ଖଣି ଅଧିକାରୀ ଲାଞ୍ଚ ନେଉଥିବା ଘଟଣା ନେଇ ଚର୍ଚ୍ଚା ବଢିବାରେ ଲାଗିଛି । 

ଅଧିକାରୀ ଜଣକ ବାଲି ମାଫିଆଙ୍କ ସହ ସମ୍ପର୍କ ରଖିଥିବା ବେଳେ ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ସାମନାକୁ ଆସିଛି । ନୂତନ ଭାବେ ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ଦାୟିତ୍ଵ ଦିଆ ଯାଇଛି । ତେବେ ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଖଣି ଅଧିକାରୀ ୫୦ ହଜାର ଟଙ୍କା ନେଉଛନ୍ତି । ବ୍ୟକ୍ତି ଜଣକ ୫୦ ହଜାର ଟଙ୍କା ଦେଉଛନ୍ତି।   ଅଧିକାରୀ ଜଣକ ତରବର ଭାବେ ଏହି ଟଙ୍କାକୁ ନେଉଛନ୍ତି । ଏହା ଲାଞ୍ଚ ନୁହେଁ ବୋଲି ଅଧିକାରୀ କହୁଥିବା ବେଳେ ବ୍ୟକ୍ତି ଜଣକ କାହିଁକି ଖଣି ଅଧିକାରୀଙ୍କୁ ଟଙ୍କା ଦେଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ? ସବୁଠୁ ବଡ଼କଥା ହେଲା ଟଙ୍କା ନେଉଥିବା ଅଧିକାରୀ କିଛି ଦିନ ପୂର୍ବେ ଜଣେ ଗ୍ୟାଙ୍ଗଷ୍ଟର ବାଲି ମାଫିଆ ସହିତ କଥା ହେବାର ଅଡିଓ ଭାଇରାଲ ହୋଇଥିଲା। ଏନେଇ ତାଙ୍କୁ ବଦଳି ମଧ୍ୟ କରାଯାଇଥିଲା। ପୁନର୍ବାର ତାଙ୍କୁ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ଖଣି ଅଧିକାରୀ ଦାୟିତ୍ଵ ଦିଆଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe