କନକ ବ୍ୟୁରୋ : ବର୍ଷ ବର୍ଷ ଧରି ଅବହେଳିତ ହୋଇପଡିଛନ୍ତି ଆଦିବାସୀ ପରିବାର । ଢେଙ୍କାନାଳ ଗଁଦିଆ କଷ୍ଟିପାଳର ଶବର ସାହି ଓ ମୁଣ୍ଡା ସାହିରେ ୧୦୦ରୁ ଅଧିକ ଆଦିବାସୀ ପରିବାର କଷ୍ଟରେ ଜୀବନ ଜୀଉଁଛନ୍ତି । ବସୁନ୍ଧରା ଯୋଜନାରେ ସରକାରୀ ପଟ୍ଟା ମିଳିଛି ସତ ଏଯାଏଁ ଜାଗା ଚିହ୍ନଟ କରାଯାଇନି । ଯାହାର ଫାଇଦା ଉଠାଉଛନ୍ତି ଖଣି ମାଲିକ । ଗରିବଙ୍କ ଜମିରେ ତାର ବାଡ ଘେରାଇ ନିକଟ ପାହଡକୁ କବଜା କରି ଲୁଟି ଚାଲିଛନ୍ତି । ଅହରହ ଖୋଳି ଚାଲିଛନ୍ତି ମୁଗୁନି ପଥର । ତେବେ ବାମମ୍ବାର ବ୍ଲାଷ୍ଟିଂ ଯୋଗୁ ଘର ଦ୍ୱାର କାନ୍ଥ ଫାଟି ଆଁ କଲାଣି । ଯେଉଁଥିପାଇଁ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଜୀଉଁଛନ୍ତି ଗାଁର ଲୋକମାନେ ।

Advertisment

ଖଣି ମାଫିଆଙ୍କ ରାଜ୍ ଚାଲିଛି । ନିରୀହ ଆଦିବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ହଡପ କରିଚାଲିଛି । ଏହି ଗରିବ ଆଦିବାସୀ ବହୁବାର ଆନ୍ଦୋଳନରେ ବସିଥିଲେ ବି ନ୍ୟାୟ ମିଳିପାରିନି । ଦୁର୍ଦ୍ଦଶା ନେଇ ଏବେ ପୁଣି ଥରେ ଏହି ଆଦିବାସୀ ମାନେ ଅଭିଯୋଗ କରିବା ସହ ବାରମ୍ବାର ବ୍ଲାଷ୍ଟିଂ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ଖଣି ମାଲିକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡିଛନ୍ତି ଗରିବ ଆଦିବାସୀ । ଏନେଇ ଖୁବଶୀଘ୍ର ଗୁରୁତ୍ୱ ଦିଆଯାଇ ସମାଧାନ କରାଯିବା ଜରୁରୀ ହୋଇପଡିଛି।