ନିଶ୍ଚିନ୍ତା ପାହାଡ଼ରେ ମାଫିଆ ରାଜ୍ । ଚାଲିଛି ବେଧଡ଼କ ଖଣି ଲୁଟ୍

ଢେଙ୍କାନାଳ ଜିଲ୍ଲା ଏବେ ଖଣି ମାଫିଆଙ୍କ ପାଇଁ ଇନ୍ଦ୍ରଭୁବନ ପାଲଟିଯାଇଛି । ଅହରହ ଚାଲିଛି ଲୁଟ। ଗନ୍ଦିଆ ବ୍ଲକ ନିହଲପ୍ରସାଦ ମୌଜା ନିଶ୍ଚିନ୍ତା ସଂରକ୍ଷିତ ଜଙ୍ଗଲରୁ ଶହେ ଏକର ଅଞ୍ଚଳରେ ଚାଲିଛି ବେଧଡକ ଖଣି ଲୁଟ

pahada kholi

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଏବେ ଖଣି ମାଫିଆଙ୍କ ପାଇଁ ଇନ୍ଦ୍ରଭୁବନ ପାଲଟିଯାଇଛି । ଅହରହ ଚାଲିଛି ଲୁଟ। ଗନ୍ଦିଆ ବ୍ଲକ ନିହଲପ୍ରସାଦ ମୌଜା ନିଶ୍ଚିନ୍ତା ସଂରକ୍ଷିତ ଜଙ୍ଗଲରୁ ଶହେ ଏକର ଅଞ୍ଚଳରେ ଚାଲିଛି ବେଧଡକ ଖଣି ଲୁଟ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ନବୀନ ନନ୍ଦ।

  • ନିଶ୍ଚିନ୍ତା ପାହାଡ଼ରେ ମାଫିଆ ରାଜ୍
  • ଚାଲିଛି ବେଧଡ଼କ ଖଣି ଲୁଟ୍

ଗନ୍ଦିଆ ବ୍ଲକ ନିହଲପ୍ରସାଦ ମୌଜା ନିଶ୍ଚିନ୍ତା ସଂରକ୍ଷିତ ଜଙ୍ଗଲ। ନିଶ୍ଚିନ୍ତା ପାହାଡ଼କୁ ନିଶ୍ଚିନ କରିବା ପାଇଁ ଖମି ମାଫିଆଙ୍କ ଯୋଜନା। ପ୍ରତିଦିନ ଲୁଟି ଚାଲିଛନ୍ତି ଟନ୍‌ ଟନ୍ ଡୋଲମାଇଟ ପଥର। ମେସିନରେ ଖଣି ଖୋଳି ବଡ଼ବଡ଼ ଗାଡ଼ିରେ ବୋହି ନେଉଛନ୍ତି । ପୁରା ପାହାଡ଼କୁ ଖାଲି କରିଦେଲେଣି। ଏହି ଲୁଟରେ ଢେଙ୍କାନାଳ ଓ ଯାଜପୁର ଅଞ୍ଚଳର ଖଣି ମାଫିଆଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ । ଖଣି ଲୁଟ ପ୍ରଭାବରେ ପରିବେଶ ନଷ୍ଟ ହେବା ସହିତ ମାତ୍ରାଧିକ ଭାରି ଯାନ ଚଳାଚଳ ଯୋଗୁ ରାସ୍ତାଘାଟ ନଷ୍ଟ ହେଉଛି। ଚୋରା ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଅନେକ ଜୀବନ ହାନୀ ଘଟୁଥିବା ଅନେକ ଥର ଅଭିଯୋଗ ହୋଇଛି ।

କୋଟି କୋଟି ଟଙ୍କାର ଖଣି ଲୁଟରେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ଜିଲ୍ଲା ପୋଲିସ, ପ୍ରଶାସନ, ବନବିଭାଗ, ଖଣି ବିଭାଗ ସବୁ ଜାଣି ଚୁପ ରହିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଚୂପ ରହିବା ପଛର କାରଣ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଖଣି ଲୁଟକୁ ନେଇ ଅନେକ ଅଭିଯୋଗ ପରେ ବି ପ୍ରଶାସନିକ ଅଧିକାରୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ନାରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe