କନକ ବ୍ୟୁରୋ : ଗନ୍ଦିଆ ବ୍ଲକ ନିହଲପ୍ରସାଦ ଅଞ୍ଚଳରେ ଅଛି ପଥର ଖାଦାନ । ମୁଗୁନି ପଥର ଖଣିରୁ ଦୈନିକ ଶହଶହ ଟନ୍ ଡୋଲାମାଇଟ୍ ଚୋରାଚାଲାଣ ହେଉଛି । ପଥର ଭାଙ୍ଗିଵା ପାଇଁ ବେଆଇନ ବିସ୍ଫୋରଣ କରାଯାଉଛି । ଏମିତି କି ଅକାଳରେ ଚାଲିଯାଉଛି ଜୀବନ । ତେଣୁ ବେଆଇନ ବିସ୍ଫୋରଣ ବନ୍ଦ କରିବା ଦାବିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ୬ଟି ଗାଁର ଶତାଧିକ ମହିଳା-ପୁରୁଷ ।
୨ ଦିନ ତଳେ ଏକ ଖଣିରେ କାମ କରୁଥିବା ସମୟରେ ବାଲିକିଆରିଆ ଗାଁର ପାଣ୍ଡୁ ତିରିଆଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଅଧିକାର କର୍ମୀ କହିଛନ୍ତି, ଢେଙ୍କାନାଳ ଜିଲ୍ଲାର ୩ଟି ଖଣିରେ ବିସ୍ଫୋରଣ ଅନୁମତି ରହିଛି । ସେହି ତାଲିକାରେ ଅଘଟଣ ଘଟିଥିବା ଖଣି ମାଲିକଙ୍କ ନାଁ ନାହିଁ । ସଂପୃକ୍ତ ବ୍ୟକ୍ତି ବେଆଇନ୍ ଭାବେ ଖଣିରେ ବିସ୍ଫୋରଣ କରୁଥିବା ଅଭିଯୋଗ ହୋଇଛି । ଏହାର ବିଧିବଦ୍ଧ ବିଭାଗୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଗାଁ ପାଖରେ ଥିବା ବେଆଇନ ଖଣି ଯୋଗୁଁ ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ବାରମ୍ବାର ପୁଲିସ ପାଖରେ ଅଭିଯୋଗ କରିଛନ୍ତି । ହେଲେ କେହି ଶୁଣୁନାହାନ୍ତି । ତେଣୁ ଲୋକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରମାଣ ସହ ଅଭିଯୋଗ ପତ୍ର ଦେଇଛନ୍ତି । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ମଧ୍ୟ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/10/mining-2025-09-10-18-14-48.jpg)