କନକ ବ୍ୟୁରୋ : ପୁଣି ଫେରିଲା ଖଣି ଦୁର୍ନୀତି ମାମଲା। ରାଜ୍ୟରେ ଚାଲିଥିବା ବେଆଇନ ଖଣି ଖନନ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ସତ୍ୟପାଠ ମାଧ୍ୟମରେ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାରା ରାଜ୍ୟରେ ବେଆଇନ ଖଣି ଖନନ କାର୍ଯ୍ୟକଳାପ ସଂକ୍ରାନ୍ତ ସବିଶେଷ ତଥ୍ୟ ସହିତ ଏହି ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ସତ୍ୟପାଠରେ ଉଲ୍ଲେଖ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

Advertisment

ଅପରେସନ ଗ୍ରୀନ କ୍ଲିନ୍ : ୪୯ ଏକର ଜମିରେ ୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରବଣ କୁମାର ଦେବଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଫେବ୍ରୁଆରି ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ବେଆଇନ ଖଣି ଖନନ ଓ ଉତ୍ତୋଳନରେ ସଂପୃକ୍ତ ବ୍ୟକ୍ତିବିଶେଷ ଓ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ନେଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି।

ପୁଣି ଫେରିଲା ଖଣି ଦୁର୍ନୀତି ମାମଲା
ବେଆଇନ ଖଣି ଖନନ ମାମଲାକୁ ହାଇକୋର୍ଟଙ୍କ ଗୁରୁତ୍ବ
ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ମାମଲାର ଶୁଣାଣି
ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ 
ସତ୍ୟପାଠ ମାଧ୍ୟମରେ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ
ବେଆଇନ ଖଣି ଖନନକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ ପାଳନ କରାଯାଉନଥିବା ଅଭିଯୋଗ
ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପାଳନ କରୁନଥିବା 
ରାଜ୍ୟରେ ବେଆଇନ ଖଣି ଖନନରେ ସଂପୃକ୍ତ ବ୍ୟକ୍ତି, ସଂସ୍ଥା ବିରୋଧରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ
ବେଆଇନ ଖଣି ଖନନ ଘଟଣାରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ